oum

ସାତଦିନ ଧରି ପାଳିତ ହେବ ବନ ମହୋତ୍ସବ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବନବିଭାଗ ତରଫରୁ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସଦେଇପାଲି ସ୍ଥିତ ବିସ୍ଥାପିତ କଲୋନୀ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇ ପ୍ରଥମେ ବୃକ୍ଷରୋପଣ କରିଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଉପସ୍ଥିତ ଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରିବା ସହିତ ବୃକ୍ଷର ଯତ୍ନ ନେବାକୁ କହିଥିଲେ । ଏକ ସପ୍ତାହ ପର୍ଯ୍ୟନ୍ତ ବନ ମହୋତ୍ସବ ପାଳନ କରାଯିବ । ଏହି ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବ ବୋଲି ବନବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.