om academy

ଶ୍ରୀ ଜଗନ୍ନାଥ ପୀଠ ବାଙ୍ଗାଲୋରରେ ଦେବସ୍ନାନ ପୂର୍ଣିମା ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଜ୍ୟେଷ୍ଠ ପୂର୍ଣିମା ଦିନ ଶ୍ରୀ ଜଗନ୍ନାଥ ପୀଠ ସୋମପୁରା ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ଦେବାଭିଶେକ ପର୍ବ ଯଥାବିଧୀରେ ଅନୁଷ୍ଠିତ ହୋଇଯାଇଛି । ଚାରି ବିଗ୍ରହଙ୍କର ମଙ୍ଗଳ ଆଳତି, ସକାଳ ପୂଜା ପରେ ପ୍ରଭୁଙ୍କୁ ନବନିର୍ମିତ ସୁଶୋଭିତ ପାଲିଙ୍କିରେ ପହଣ୍ଡି କରାଇ ସ୍ନାନ ମଣ୍ଡପକୁ ନିଆଯାଇଥିଲା । ୧୦୮ ଅଭିମନ୍ତ୍ରିତ କଳସ ଜଳରେ ପ୍ରଭୁଙ୍କର ମହାସ୍ନାନ, ଉପଚାର ପୂଜା, ଆଳତି ଓ ସମୁହ ପୁଷ୍ପାଞ୍ଜଳି ଯଥା ରିତୀନିତୀରେ ସମ୍ପନ୍ନ କରାଯାଇଥିଲା । ଶେଷରେ ଠାକୁରଙ୍କର ଅଣସର ନିତି ଓ ପଟି ଦିଅଁଙ୍କର ପୂଜାର ପ୍ରାରମ୍ଭ ହୋଇଥିଲା । ମହାପ୍ରଭୁଙ୍କର ମହାସ୍ନାନ ଓ ଗଜାନନ ବେଶକୁ ଦେଖିବାକୁ ଶତାଧିକ ଶ୍ରଦ୍ଧାଳୁ, ବିଭିନ୍ନ ଓଡିଆ ତଥା ଆଞ୍ଚଳିକ ସଂଗଠନ ଏହି ମହାନ କାର୍ଯ୍ୟରେ ଯୋଗଦାନ କରି ବିଭୁ କୃପା ଲାଭ ଓ ପ୍ରସାଦ ସେବନ କରିଥିଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ଟ୍ରଷ୍ଟ ଏହି ପାବନ ପର୍ବକୁ ଆୟୋଜନ କରିଥିଲେ । କାଳିଆଙ୍କ କୃପା ଓ ଶ୍ରଦ୍ଧାଳୁଙ୍କ ସହଯୋଗରୁ ଏହି ମହାନ ପର୍ବ ଯଥାବିଧି ଓ ସୁଚାରୁରୁପେ ସମ୍ପନ୍ନ ହୋଇପାରିଛି ଓ ଆଗାମୀ ଦିନରେ ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା ଆଦି ପର୍ବରେ ଯୋଗଦେବା ପାଇଁ ଅନୁଷ୍ଠାନର କର୍ମକତ୍ତାମାନେ ସମସ୍ତ ଭକ୍ତମାନଙ୍କୁ ନିମନ୍ତ୍ରଣ କରିବା ସହ ସହାୟତାର ହାତ ବଢାଇବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.