om academy

ରାଉରକେଲାର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ଅଧ୍ୟକ୍ଷା ସୁଶ୍ରୀ ମଞ୍ଜୁଲତା ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଯୋଗଗୁରୁ କିରଣ କୁମାର ପୋଥାଳ, ଗୋପିନାଥ ବେହେରା, ଶ୍ୟାମସୁନ୍ଦର ସେଠୀ, ସବିତା ପୃଷ୍ଟି, ପ୍ରଫୁଲ୍ଲ ପାତ୍ର, ଗଙ୍ଗାଧର ତ୍ରିପାଠୀ ପ୍ରମୁଖ ବହୁ ଯୋଗଗୁରୁ ଉପସ୍ଥିତ ରହି ଯୋଗର ବହୁବିଧ କ୍ରିୟା ସମ୍ପର୍କରେ ବକ୍ତବ୍ୟ ଦେବା ସହ ବିଭିନ୍ନ ପ୍ରକାରର ଯୋଗାସନ ଶିକ୍ଷା ଦେଇଥିଲେ । ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସୁସ୍ଥ ଶରୀର ଗଠନ ପାଇଁ ଯୋଗର ଅଭ୍ୟାସ ଦୈନନ୍ଦିନ ଜୀବନରେ ଆବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୦ ଜଣ ଛାତ୍ରଛାତ୍ରୀ, କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ଅଧ୍ୟାପକ ପ୍ରଦୀପ କୁମାର ଗିରି ଶପଥ ପାଠ କରିବା ସହ ଧନ୍ୟବାଦ୍‌ ଅର୍ପଣ କରିଥିଲେ । କଲ୍ୟାଣୀରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହମିରପୁର ସ୍ଥିତ କଲ୍ୟାଣୀରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି । ଅଧ୍ୟାପିକା ଡ. ରାଜଶ୍ରୀ ନାୟକଙ୍କ ତତ୍ତ୍ଵାବଧାନରେ ପତଞ୍ଜଳୀ ଅନୁଷ୍ଠାନରୁ ଯୋଗଗୁରୁ ହେମନ୍ତ କୁମାର ଜେନା, ଦିଲେଶ୍ୱର ବିର୍ଲୋ, ଶରତ କୁମାର ଦାସ, ନିରୁପମା, ନିବେଦିତା, ପୁଷ୍ପିତା, ମମତା, ସସ୍ମିତା ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରାଇବା ସହ, ଯୋଗ ଦ୍ଵାରା ମଣିଷର ନିତ୍ୟ ନିୟମିତ ଦୈନନ୍ଦିନ ଜୀବନ ଚର୍ୟାରେ ମିଳୁଥିବା ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରୀନା ମହାନ୍ତି, ଜ୍ୟୋସ୍ନାରାଣୀ ସାହୁ, ରଙ୍ଗାଧର ଦାସ, ଜୁଲି ଦାସ, ସମୀର ସାହୁ, ପଦ୍ମନାଭ ପାଣିଗ୍ରାହୀ, ମାନସୀ ଦେ, ଅନ୍ନପୂର୍ଣ୍ଣା ସାହୁ, ଦୟାନିଧି ପାତ୍ର, ପୁନମ, ସ୍ୱସ୍ତି, ସୁଚରିତା, ଅନୁପମା, ଛବିଳା, ମଞ୍ଜୁଲତା, ସଞ୍ଜୁ, ପ୍ରଦୀପ, ବେଣୁଧର, ସୁମନ୍ତ, ଦିଲ୍ଲୀପ, ଲକ୍ଷ୍ମଣ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ମାନସୀ ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଦି ମିରର୍‌ ଫାଉଣ୍ଡେସନ୍‌ ସାମାଜିକ ଅନୁଷ୍ଠାନ ଦି ମିରର୍‌ ସୋସିଆଲ୍‌ ଫାଉଣ୍ଡେସନ୍‌ ତରଫରୁ ଜଗଦା ସ୍ଥିତ ମାନବ ସେବା ସଦନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏଥିରେ ବିଶ୍ୱଜିତ ରାଉତ, ସୀମାଞ୍ଚଳ ଖଣ୍ଡୁଆଳ, ଅଲିଭା ସାହୁ, ହେମନ୍ତ ତାଣ୍ଡିଆ ପ୍ରମୁଖ ସଦନର ଅନ୍ତେବାସୀଙ୍କୁ ଯୋଗାସନ ଶିଖାଇବା ସହ ଏହାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ ଫାଉଣ୍ଡେସନ୍‌ ତରଫରୁ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.