oum

କୋଏଲ ନଗର ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣି ମନ୍ଦିରରେ ବିଶ୍ୱ ସଂଗୀତ ଦିବସ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ଓ ବାବା ଆଖଣ୍ଡଳମଣୀ ମନ୍ଦିର ଟ୍ରଷ୍ଟ ଆନୁକୁଲ୍ୟରେ ଆଜି ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ସଂଗୀତ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଟ୍ରଷ୍ଟି ବ୍ରଜେନ୍ଦ୍ର ଦାସ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକ ମାନବ ସଭ୍ୟତାର ଅଗ୍ରଗତି ସହିତ ସଂଗୀତ ତାର ପ୍ରାସଙ୍ଗିକତା ପ୍ରତିପାଦନ କରିଛି ବୋଲି କହିଥିଲେ । ଏହି ଅବସରରେ ଏକ ମନୋଜ୍ଞ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା । ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ । ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ଗୁରୁଶ୍ରୀ ଅରବିନ୍ଦ ସାହୁ, ସ୍ଵୟମ ଶୁଭମ ସାହୁ, ବିବେକାନନ୍ଦ ପଣ୍ଡା, ଜ୍ୟୋତିର୍ମୟ ଆଚାର୍ଯ୍ୟ । ସହରର ଜଣାଶୁଣା କଳାକାର ସ୍ମିତା ମିଶ୍ର, ଶ୍ରଦ୍ଧାଶ୍ରୀ ପାତ୍ର, ତ୍ରିଲୋଚନ ମହାରଣା, ନିବେଦିତା ସ୍ଵାଇଁ, ତପସ୍ଵିନୀ ପତି, ଶକୁନ୍ତଳା ସ୍ୱାଇଁ, ସାଇଶ୍ରୀ ଦାସ, ପଦ୍ମାରାଣୀ ବେଉରା, ଶୁଭଶ୍ରୀ ଦାସ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ କଳାକାର ମାନଙ୍କୁ ବିଶିଷ୍ଟ ଶିକ୍ଷାବିତ୍ ଡ. ସନାତନ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ । ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ଅନ୍ୟତମ ଟ୍ରଷ୍ଟି ବିନୟ ମହାନ୍ତି, ମନୋଜ କୁମାର ପଣ୍ଡା, ଅମୂଲ୍ୟ ମିଶ୍ର, କନକଲତା ମିଶ୍ର, ଜଗନ୍ନାଥ ରାଉତ ଏବଂ ସସ୍ମିତା ପ୍ରଧାନଙ୍କ ସମେତ ସହରର ବହୁ ଶ୍ରଦ୍ଧାଳୁ ମାନେ ଭଜନ ସନ୍ଧ୍ୟାରେ ଉପସ୍ଥିତ ରହି ଭକ୍ତିରସାମୃତ ପାନ କରିଥିଲେ । ବିଭୁ ନାୟକ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

Leave A Reply

Your email address will not be published.