ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଡୁଙ୍ଗୁରିପାଲି ଏବିଇଓ ଗୁଞ୍ଜୁଲୁ ମିର୍ଦ୍ଧା ମୁଖ୍ୟଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ ଯୋଗ ଅଭ୍ୟାସ ଉଭୟ ବ୍ୟକ୍ତିଗତ ତଥା ସାମାଜିକ ସ୍ୱାସ୍ଥ୍ୟର ଉପକାର କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ତଥା ଜିଲ୍ଲା ସ୍କାଉଟ ତାଲିମ କମିଶନର ଦୀନବନ୍ଧୁ ପ୍ରଧାନ ଏବଂ ଯୋଗାଚାର୍ଯ୍ୟ କିଶୋର ପୁଟେଲ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଯୋଗାଭ୍ୟାସ କରାଇ ସେ ସବୁର ଉପକାରିତା ବିଷୟରେ ବୁଝାଇଥିଲେ । ସିଆର୍‌ସିସି ଶ୍ରୀରାମ ସିକନ୍ଦର ଦିବସର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ଲିପ୍ସା ଯୁଆଡି ଓ ଜନନିକ ନାଏକ ସଂଯୋଜନା କରିଥିଲେ । ସଂଜୀବ ପୂଜାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କିରଣ ପୁଟେଲ, ସ୍ନିଗଧା ପଧାନ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ ଓ ଗୋପାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.