om academy

ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରାରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ପାଳିତ

jsm

ତୁଷୁରା, (କେପିଏନ୍‌ଏସ୍‌) : ଜୁନ୍ ୨୧ ତାରିଖ ସକାଳ ୮ଟା ସମୟରେ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ପ୍ରତିଦିନ ଶିଶୁମାନେ ଯୋଗ କରନ୍ତୁ ବୋଲି ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶାନ୍ତିକୁଞ୍ଜର ଯୋଗ ଗୁରୁ ସନ୍ତୋଷ କୁମାର ସାହୁ ଯୋଗଦେଇ ଶିଶୁ ମାନଙ୍କୁ ଶିଶୁ ଉପଯୋଗୀ ଯୋଗାସନ ଓ ପ୍ରାଣାୟମ ଅଭ୍ୟାସ କରାଇଥିଲେ । ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଭକ୍ତ ଚରଣ ଦାସ ଯୋଗଦେଇ ଯୋଗର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଶାନ୍ତି ଦାସ ଓ ସୁଶ୍ରୀ ରଞ୍ଜିତା ନାଗ ସହଯୋଗ କରିଥିଲେ । ଶେଷରେ ଶ୍ରୀମତୀ ବିନ୍ଦୁ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.