ls

ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

sb

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଚଳିତ ବର୍ଷ ସମଗ୍ର ବିଶ୍ୱରେ ଦଶମ ଯୋଗ ଦିବସ ପାଳନ ହେଉଛି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯୋଗ ମାଧ୍ୟମରେ ଲୋକଙ୍କୁ ଏକ ସୁସ୍ଥ ଏବଂ ଅସ୍ୱାସ୍ଥ୍ୟକର ଜୀବନ ବିଷୟରେ ଅବଗତ କରାଇବା । ପୂର୍ବକାଳରୁ ଋଷି ଓ ସାଧୁମାନେ ଯୁଗ ଯୁଗ ଧରି ଯୋଗର ଉପକାରିତା ବାବଦରେ ବାର୍ତ୍ତା ଦେଇ ଯାଇଛନ୍ତି । ଯାହାକୁ ଏବେ ସମଗ୍ର ବିଶ୍ୱ ଗ୍ରହଣ କରୁଛି । ସ୍ୱାସ୍ଥ୍ୟ ପ୍ରତି ଯୋଗର ଆବଶ୍ୟକତା ଏବଂ ମହତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଛି । ସେହିପରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ସକାଳ ୭ଟା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅଗ୍ନିଶମ ବିଭାଗ, ପଞ୍ଚାୟତ ସରପଞ୍ଚ, ୱାର୍ଡ ସଭ୍ୟ, ସଭ୍ୟା ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଯୋଗ ଗୁରୁ ତଥା ଘୁନସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଡୋଳାମଣି ପଧାନ ସମସ୍ତଙ୍କୁ ଯୋଗ ଶିକ୍ଷା ଦେଇଥିଲେ ।

pc pk
Leave A Reply

Your email address will not be published.