om academy

ନୀଳଶୈଳ ପକ୍ଷରୁ ରଜ ମହୋତ୍ସବ ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଳଶୈଳ ତରଫରୁ ରଜ ମହୋତ୍ସବ ସେକ୍ଟର ୧୭ ସ୍ଥିତ ମଧୁସୂଦନ ଶିକ୍ଷା ନିବାସ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସୌଭାଗିନୀ ମୁଦାଲିଙ୍କ ଅଧ୍ୟକ୍ଷତା ଓ ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଯୋଗଦେଇ ଅନୁଷ୍ଠାନର ସଂସ୍କୃତି ଓ ପରମ୍ପରା ପ୍ରତି ପ୍ରତିବଦ୍ଧତାକୁ ସାଧୁବାଦ ଦେଇଥିଲେ । ରଜପର୍ବ ଏକ ଗଣପର୍ବ ଓ ମାଟି ସହ ବର୍ଷାର ସଂଯୋଗ ହିଁ ରଜପର୍ବ ବୋଲି ମତ ରଖିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଯଥା ଶଙ୍ଖ ଫୁଙ୍କା, ହୁଳହୁଳି, ରଜ ଗୀତ, ବିଭିନ୍ନ ପ୍ରକାରର ପିଠା, ପୁଚିଖେଳ, ଗ୍ରୁପ ଡ୍ୟାନ୍ସ, ରଜ ସଜବାଜ, ଅଳତା ଲଗାଇବା, କେଶ ବିନ୍ୟାସ, ଚନ୍ଦନ ଟିପା, ମେହେନ୍ଦି,ଏକକ ଅଭିନୟ, ରାମ୍ପ ସୋ ଓ ଶିକ୍ଷକଙ୍କ ମଧ୍ୟରେ ଶାଢୀ ପିନ୍ଧା ଆଦି କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଜୟାଲକ୍ଷ୍ମୀ ପଟ୍ଟନାୟକ ଓ ସ୍ନେହଲତା ନାୟକ ବିଚାରକ ଭାବେ ଦାୟିତ୍ଵ ତୁଲାଇଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷା ଶ୍ରୀମତୀ ମୁଦାଲି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଶିକ୍ଷାବିତ ବ୍ରହ୍ମାନନ୍ଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ରାଜକିଶୋର ଧଳ, ସୁଶ୍ରୀପ୍ରିୟା ସ୍ୱାଇଁ, ସତ୍ୟଭାମା ଖୁଣ୍ଟିଆ, ନିରାକାର ଜେନା, ପଙ୍କଜ ଧଳ, ଦେବାଶିଷ ନାୟକ, ପ୍ରଦୋଷ କୁମାର ନାୟକ, ନୀନାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.