ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ପାଳିତ ହେଉଛି ସାବିତ୍ରୀ ବ୍ରତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ଜ୍ୟେଷ୍ଠ ମାସ ଅମାବାସ୍ୟା । ଓଡିଶାର ପୁରପଲ୍ଲୀରେ ସଧବା ନାରୀମାନେ ଭକ୍ତି ଓ ନିଷ୍ଠାର ସହିତ ପାଳନ କରୁଛନ୍ତି ସାବିତ୍ରୀ ବ୍ରତ । ସେହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲାର ପୁରପଲ୍ଲୀରେ ମଧ୍ୟ ସଧବା ନାରୀମାନେ ଗୃହ, ମନ୍ଦିର ତଥା ସାହି ଗୁଢି ମାନଙ୍କରେ ଏହି ବ୍ରତକୁ ସାମୁହିକ ଭାବରେ ପାଳନ କରୁଛନ୍ତି । ନାରୀମାନେ ସ୍ଵାମୀଙ୍କ ଦୀର୍ଘଜୀବନ କାମନା କରି ଦେବୀ ସାବିତ୍ରୀଙ୍କ ଆରାଧନା କରି ପାଳନ କରୁଛନ୍ତି ଏହି ବ୍ରତ । ସାବିତ୍ରୀ ନିଜ ସତୀତ୍ୱ, ଭକ୍ତି, ଶ୍ରଦ୍ଧା ଓ ବୁଦ୍ଧି ବଳରେ ସତ୍ୟବାନଙ୍କ ପ୍ରାଣ ଫେରାଇ ଆଣିଥିଲେ ସ୍ୱୟଂ ମୃତ୍ୟୁର ଦେବତା ଯମଙ୍କ ହାତରୁ । ତେଣୁ ଆଜିର ସଧବା ନାରୀମାନେ ମଧ୍ୟ ସେମାନଙ୍କ ସ୍ଵାମୀ ତଥା ସନ୍ତାନ ଓ ପରିବାରର ମଙ୍ଗଳ କାମନା କରି ଦେବୀ ସାବିତ୍ରୀଙ୍କ ଆରାଧନା କରିଥାଆନ୍ତି । ଏହି ଅବସରରେ ନାରୀମାନେ ନୂତନ ବସ୍ତ୍ର ପରିଧାନ କରି ବିଭିନ୍ନ ଫଳମୂଳ ସହିତ ମୁଗ ଆଦିରେ ମାତାଙ୍କ ପୂଜାର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.