om academy

ବୌଦ୍ଧରେ ବୁଦ୍ଧ ଜୟନ୍ତୀ ପାଳିତ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭଗବାନ ବୁଦ୍ଧ ହେଉଛନ୍ତି ବୌଦ୍ଧ ଧର୍ମର ପ୍ରବର୍ତ୍ତକ । ଅହିଂସା ପରମ ଧର୍ମ ଓ ଜୀବେ ଦୟା ଭାବାବେଗକୁ ବହନ କରୁଥିବା ଧର୍ମ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ କରିଥିଲା । ପୁଣି ଯେଉଁ ଧର୍ମ ଭାରତରୁ ସୁଦୂର ଜାପାନ ପର୍ଯ୍ୟନ୍ତ ପ୍ରଚାରିତ ହୋଇ ଆଜି ମଧ୍ୟ ପାଳିତ ହେଉଛି । ବୁଦ୍ଧଙ୍କ ନାମାନୁସାରେ ନାମିତ ହୋଇଛି ବୌଦ୍ଧ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ବୁଦ୍ଧଙ୍କ ମୂର୍ତ୍ତି ପୂଜିତ । ଆଜି ବୈଶାଖ ପୂର୍ଣ୍ଣମିରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ପାଳିତ ହେଉଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଭୀମ ପାହାଡ଼ ଠାରେ ଭଗବାନ ତଥାଗତ ଗୌତମ ବୁଦ୍ଧ ଶାନ୍ତି ପରିଷଦ ତରଫରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ପରିଷଦର ସମ୍ପାଦକ ନିର୍ଗୁଣ ମହାକୁଡ଼ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଷଦର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସର୍ବପ୍ରଥମେ ପୂଜାର୍ଚ୍ଚନା, ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ସଂମ୍ମାନିତ ଅତିଥି ଭାବେ ଜିଲ୍ଲା ଉନ୍ନୟନ ପରିଷଦ ସଭାପତି ଚିତ୍ତରଞ୍ଜନ ଦାସ, ଜିଲ୍ଲା ବୁଦ୍ଧ ଜୟନ୍ତୀ କମିଟି ଆବାହକ ଦେବାଶିଷ ପୁରୋହିତ, ମଥୁରା ସେବା ସମବାୟ ସମିତି ସଭାପତି ବିନୟ ମେହେର, ସିଦ୍ଧାର୍ଥ ସାହିତ୍ୟ ସଂସଦ ଆବାହକ ଅଭିନବ ପଟ୍ଟନାୟକ, ସମ୍ପାଦକ କୃତ୍ତିବାସ ପଲିଆ, ବୁଦ୍ଧ ଜୟନ୍ତୀ କମିଟି ସଦସ୍ୟ ତୃପ୍ତି ରଞ୍ଜନ ଦାନୀ, ସୁଶାନ୍ତ କୁମାର ମହାପାତ୍ର, ସୂର୍ଯ୍ୟେନ୍ଦୁ ଶତପଥି, ମିନୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସହ ସମ୍ପାଦକ ନିରଞ୍ଜନ ପ୍ରଧାନ, ଉପଦେଷ୍ଟା ପ୍ରଭାତ ପ୍ରଧାନ, ଗୋବର୍ଦ୍ଧନ କର୍ଣ୍ଣ, ସୁନିଲ କୁମାର ପ୍ରଧାନଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.