ନିଷାନ୍ ସାହିତ୍ୟ ସଂସଦ ତୁଷୁରା ଆନୁକୂଲ୍ୟରେ ସାହିତ୍ୟ ପ୍ରାଣ ଖଗେଶ୍ୱର ସେଠଙ୍କ ଜନ୍ମଦିନ ଓ ମାତୃ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ୫ଟା ସମୟରେ ଆଭାସୀ ମାଧ୍ୟମରେ ବିଶ୍ଵ ମାତୃ ଦିବସ ଅବସରରେ ବହୁଭାଷୀ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତା ଓ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ପ୍ରେମକବି ଡ଼ା. ସୁମନ୍ତ ପାଢୀ ଯୋଗଦେଇ ମାତୃ ଦିବସର ମହତ୍ତ୍ଵ ଏବଂ ମାଆର ନିଷ୍କାମପ୍ରେମ ଆଧାରିତ କବିତା ଶୁଣାଇ ଉପସ୍ଥିତ ଶ୍ରୋତାମାନଙ୍କ ହୃଦୟ ଜିଣି ନେଇଥିଲେ । ବରିଷ୍ଠ ସାହିତ୍ୟିକ ତଥା ବିଶିଷ୍ଟ ଶିକ୍ଷାବିତ ଡ଼ା. ସୁଧାଂଶୁ ଭୂଷଣ ମେହେର ମୁଖ୍ୟ ବକ୍ତା ଓ ବିଶିଷ୍ଟ କୋସଲି କବି ବରୁଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାତୃ ଦିବସ ଆଧାରିତ କବିତା ଶୁଣାଇ ଶ୍ରୋତାଙ୍କ ମନୋରଞ୍ଜନ କରିଥିଲେ । ବିଶିଷ୍ଟ ସଂଗଠକ ବୈରାଗୀ ସାହୁ ‘ସାହିତ୍ୟ ପ୍ରାଣ ଖଗେଶ୍ୱର ସେଠ’ଙ୍କ ସଂକ୍ଷିପ୍ତ ଜୀବନୀ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଓ ବରେଣ୍ୟ କବି କବୟିତ୍ରୀ ଶ୍ରୀ ସେଠଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଅରୀଷ୍ମା ଆଚାର୍ଯ୍ୟ ଆବାହନୀ ସଂଗିତ ଗାନ କରିଥିବା ବେଳେ ଶେଷରେ ନିଷାନ୍‌ର ଯୁବକବି ପ୍ରହଲ୍ଲାଦ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ବିଶିଷ୍ଟ ସାହିତ୍ୟିକା ତଥା ସଂଯୋଜିକା ପୁଷ୍ପାଞ୍ଜଳି ମେହେରଙ୍କ ସୁନ୍ଦର ସଂଯୋଜନାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ବରଗଡ, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ, ଗଜପତି ଓ ସମ୍ବଲପୁର ଜିଲାର ଶତାଧିକ କବି କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ବ୍ୟଙ୍ଗକବି ଭରତ ନାଏକ, ନାଭିଦତ୍ୟ ଦିଗାଲ, ବୈରାଗୀ ସାହୁ, କବୟିତ୍ରୀ ସାବିତ୍ରୀ ସାହୁ, ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଗିତା ଦେବତା, କବିତା ମିଶ୍ର, ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ଯମୁନା ମହାପାତ୍ର ମିଶ୍ର, ତୃପ୍ତିମୟୀ ତ୍ରିପାଠୀ, ଗୌରୀ ଶର୍ମା, ଜ୍ୟୋତିରାଣୀ ମିଶ୍ର, ପୂର୍ଣ୍ଣିମା ପଣ୍ଡା, ରଶ୍ମି ପାତ୍ର, ଟିଲି ମଲ୍ଲିକ, ଆଶୁତୋଷ ଠାକୁର, ସୁଖରାମ ମଲ୍ଲିକ, ନରସିଂହ ମହାଣା, ଯୁଗେଶ୍ୱର ତାଣ୍ଡି, ସତ୍ୟଭୂଷଣ ସାହୁ, ଲୋକନାଥ ବେହେରା, ସରୋଜ କୁମାର ଆଚାର୍ଯ୍ୟ, ଗୋବର୍ଦ୍ଧନ ନାଏକ, ସନ୍ତୋଷ କୁମାର ବେହେରା, ସତ୍ୟ ନାରାୟଣ ମିଶ୍ର, ସରୋଜ କୁମାର ଆଚାର୍ଯ୍ୟ, ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ, ଆଶୁକବି ହେମନ୍ତ ଦାଶ ପ୍ରମୁଖ ସ୍‌ସ୍ୱରଚିତ କବିତା ପାଠ କରିଥିଲେ । କବୟିତ୍ରୀ ସଂଯୁକ୍ତା ପରିଚ୍ଛା, ଆର୍. ପୁଷ୍ପାଞ୍ଜଳି, ଦେବଯାନି ମେଶ୍ୱା, ତନ୍ମୟୀ ଅଗସ୍ତି, ସସ୍ମିତା ମେହେର, ତରଣିସେନ ମେହେର, କୃଷ୍ଣ ଚନ୍ଦ୍ର ଭୋଇ, ଫାଲଗୁନି ରଣା, ରାଜୀବ ପଟେଲ, ଦିଲ୍‌ଲ୍ଲୀପ କୁମାର ମହାନ୍ତି, ଭକ୍ତ ବନ୍ଧୁ ସାହୁ, ଶ୍ରୀପାଳ ପଣ୍ଡା,ସହଦେବ ମେହେର, ଲୋକନାଥ ଦଳବେହେରା, ନାରାୟଣ ଦଣ୍ଡସେନା, ପୂର୍ଣ୍ଣ ଚନ୍ଦ୍ର ମେହେର, ବନବାସ ମେହେର, ପ୍ରସନ୍ନ ପୟାସ, ଅବନି ସାହୁ, ଅନିଲ ପଣ୍ଡା ପ୍ରମୁଖ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.