ଟିଟିଲାଗଡରେ ପର୍ଶୁରାମ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଦିନ ଟିଟିଲାଗଡରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଟିଟିଲାଗଡ ବ୍ରାହ୍ମଣ ସମାଜର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ଓଡ଼ିଆ ବ୍ରାହ୍ମଣ ସମାଜର ସମସ୍ତ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ । ସେହିପରି ମାର୍‌ୱାଡି ବ୍ରାହ୍ମଣ ସମାଜର ସଭାପତି ଆରୁସ ଶର୍ମାଙ୍କ ସଭାପତିତ୍ୱରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ସକାଳୁ ପୂଜାର୍ଚ୍ଚନା ହୋମଯଜ୍ଞ କରିବା ପରେ ସନ୍ଧ୍ୟାରେ ପୁରୁଷ ଓ ମହିଳାମାନେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜୟ ପର୍ଶୁରାମଙ୍କ ଧ୍ଵନି ଦେଇ ସହର ପରିକ୍ରମା କରି ଫେରିଥିଲେ । ଉଭୟ ଶୋଭାଯାତ୍ରା ଯାଉଥିବା ରାସ୍ତାରେ ପୁରୁଣା ବ୍ୟାଙ୍କ ଛକଠାରେ ଈଶ୍ୱର ଜୈନଙ୍କ ପରିବାର, ଲାୟନସ୍‌ କ୍ଲବ ଓ ବିଭିନ୍ନ ଛକ ଠାରେ ବିଭିନ୍ନ ସଙ୍ଗଠନ ତରଫରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.