oom

ଟିଟିଲାଗଡ଼ ଉପକଣ୍ଠରେ ଉପଖଣ୍ଡସ୍ତରୀୟ ଓଡିଶା ଦିବସ – ୨୦୨୪ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସାଧାରଣ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ସଂହିତା ଲାଗୁ ନିୟମ ଅନୁପାଳନ ସହ ଟିଟିଲାଗଡ଼ ସହରରେ ଅବସ୍ଥାପିତ ଓଡିଶାର ବରପୁତ୍ର ସ୍ୱଭାବ କବି ଗଙ୍ଗାଧର ମେହେର ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଟିଟିଲାଗଡ଼ ପୌରପରିଷଦର ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ଓ ପୌରପରିଷଦର କର୍ମଚାରୀ ଉପସ୍ଥିତ ରହି ପୂଜ୍ୟପୂଜା ଓ ମାଲ୍ୟାର୍ପଣ କରିଥିଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ ଖେତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ବୈଠକ ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଥିବା ଅଧିକାରୀ ବୃନ୍ଦ ଆଜି ହେଉଛି ପ୍ରତ୍ୟେକ ଓଡିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ, ସେହି ମହାପୁରୁଷମାନଙ୍କ ବିଷୟରେ ଓଡିଆ ଜାତିର ମହାପୁରୁଷଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସନ୍ଦିପ କୁମାର ଚନ୍ଦ୍ରକାର, ଚନ୍ଦ୍ର ପ୍ରସାଦ ଦେହୁରି, ସନ୍ତୋଷ କୁମାର ବେହେରା, ସହକାରୀ ଯୋଗାଣ ଅଧିକାରୀ ସଂକର୍ଷଣ ଭୁଏ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଆକାଶ ପଣ୍ଡା, ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟର ପ୍ରତିଷ୍ଠାନ ଅଧିକାରିଣୀ ମାଧୁରୀ ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ଅନୁପମା ତ୍ରିପାଠୀ, ଶ୍ୟାମ କୁମାର ସେଠ, ଦେବେନ୍ଦ୍ର ନାଇକ, ସନ୍ତୋଷ ବାଗ, କନିଷ୍ଠ ରାଜସ୍ୱ ସହାୟିକା ନିବେଦିତା ମୁଖାର୍ଜୀ, ଯୋଶକେତନ ବଢିଆ, ହେମମଞ୍ଜରି ସାହୁ, ସ୍ୱାତି ନାଗ, ରାଜେଶ ରଣା, ଶୁଭମ ରଥ, ଶଶୀ ଭୂଷଣ ନାଗ, ଅଫିସ ଆସିଷ୍ଟାଣ୍ଡ ତଥା ଡିଇଓ ରାଧାକାନ୍ତ ମହାନ୍ତି, ଡିଇଓ ସୁଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗର କିରାଣୀ ତଥା ଗ୍ରନ୍ଥାଗାରିକ ଯୁଧିଷ୍ଠିର ପ୍ରଧାନୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ସହକାରୀ ଜିଲ୍ଲାପାଳ ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.