oom

ଟିଟିଲାଗଡ଼ ହେଲୋ କିଡ୍‌ସ୍‌ ସ୍କୁଲର ୧୧ତମ ବାର୍ଷିକୋତ୍ସବ ପାଳିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ପ୍ଲେ ସ୍କୁଲ ହେଉଛି ହେଲୋ କିଡ୍‌ସ୍‌ । ଏହି ପ୍ଲେ ସ୍କୁଲରେ ଛୋଟ ଛୁଆମାନଙ୍କୁ ପ୍ରଥମ କରି ଖେଳ ଖେଳାଇବା ସହ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଇଥାଏ । ଦୀର୍ଘ ଦଶବର୍ଷ ହେଲା ସହରର ବିଭିନ୍ନ ଛାତ୍ରଛତ୍ରୀଙ୍କ ପସନ୍ଦର ସ୍କୁଲରେ ପରିଣତ ହୋଇ ସାରିଲାଣି । ଚଳିତ ବର୍ଷ ଏହି ସ୍କୁଲର ୧୧ତମ ବାର୍ଷିକୋତ୍ସବ ସ୍ଥାନୀୟ ପୌର ପରିଷଦ କଲ୍ୟାଣ ମଣ୍ଡପଠାରେ ସ୍କୁଲର ମୁଖ୍ୟ ପରିଚାଳକ ଫେଜ ମହମ୍ମଦ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଯୋଗ ଦେଇଥିବା ବେଳେ ସ୍କୁଲର କାର୍ଯ୍ୟକାରୀ କମିଟିର ସଦସ୍ୟ ଶ୍ରୀମତୀ ସଙ୍ଗୀତା ଅଗ୍ରୱାଲ, ମହମ୍ମଦ ତୋସିଫ, ତାପସ ଚୌଧୁରୀ, ସୁବିର ଚେଟର୍ଜି, ଖୁସବୁ ଜୈନ, ଆଶିଷ ଅଗ୍ରୱାଲ, ଆନନ୍ଦ ଜୈନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଏହି ପ୍ଲେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବାର୍ଷିକୋତ୍ସବ ପାଳନ ଅବସରରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନଙ୍କ ସହ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ବହୁତ ସଂଖ୍ୟାରେ ଯୋଗଦେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ଏହି ଉତ୍ସବକୁ ଆୟୋଜନ କରାରିବାରେ ସ୍କୁଲର କରିକୁଲମ୍ ମୁଖ୍ୟ ଶ୍ରୀମତୀ ସମିନା ଖାଁ, ଶିକ୍ଷୟତ୍ରୀ ରିତୁ ପାର୍ଡିଆ, ପ୍ରମୋଦିନି ବେହେରା, ନେହା ବେଗମ୍, ସଶମା ବଛା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.