ଖପ୍ରାଖୋଲରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ସପ୍ତାହ ପାଳିତ : ସମସ୍ତ ଚାଷୀ ସଙ୍ଗଠିତ ହେବାକୁ ଆହ୍ଵାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜଳସେଚନ ବିଭାଜନ ପକ୍ଷରୁ ଖପ୍ରାଖୋଲ ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜଳସେଚନ ବିଭାଗ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ରୂପେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ରୂପେ ସାମାଜିକ କର୍ମୀ ଅଭୟ ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ସଦସ୍ୟା ସଂଯୁକ୍ତା ମେହେର, ସଦସ୍ୟ ଜୟ ଧରୁଆ, ବିଭିଓ ଡ଼ାକ୍ତର ସ୍ଵପ୍ନେଶ୍ୱର ନାଏକ, ସହକାରୀ କୃଷି ଅଧିକାରୀ ସୁମନ୍ତ କୁମାର ଖମାରୀ, ଦୀନବନ୍ଧୁ ବେହେରା, ପାଣିପଞ୍ଚାୟତ ଅଧକ୍ଷା ମଞ୍ଜୁଶ୍ରୀ ପ୍ରଧାନ, ଜୟକୃଷ୍ଣ ସମରଥ, ଦର୍ଲିପାଲି ସରପଞ୍ଚ କାନ୍ତି ବନଛୋର, ଶୋଭା ପାଥର ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ଜଳର ସୁପରିଚାଳନା ସହିତ କିପରି ଜଳର ସୁଷମ ବଣ୍ଟନ ହୋଇପାରିବ ସେନେଇ ଚାଷୀ ସଂଗଠିତ ହୋଇ ପାଣି ବ୍ୟବହାର କରିବାକୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ଚାଷୀ ଧ୍ରୁବ ବିଶ୍ୱାଳ ଓ ଡ଼ଗରଜିତ ମାଝୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ହୋଇଥିବା ତର୍କ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଚେକ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଏସ୍‌ଡିଓ ଖଗେଶ୍ୱର ରାଉତ, କନିଷ୍ଠ ଯନ୍ତ୍ରୀ ପଞ୍ଚୁ ମାଝୀ, ସୁରଜ ବେହୁରା, ଇନ୍ଦ୍ର ସାହୁ, ବାବୃ ସାହୁ ସମେତ ଅପର ସୁକତେଲ ମଧ୍ୟମ ଜଳସେଚନ ଅଞ୍ଚଳର ପାଣି ପଞ୍ଚାୟତ ସଦସ୍ୟା ସଦସ୍ୟ, ଚାଷୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପ୍ରିତିସ ସେଲମା ପରିଚାଳନା କରିଥିଲେ । ଏହି ଅବସରରେ ପ୍ରାଣୀ ସମ୍ପଦ ବିଭାଗ ଓ ମିଲେଟ ମିଶନ ତରଫରୁ ସରକାରୀ ଯୋଜନା ସମ୍ପର୍କରେ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.