ସୁବର୍ଣ୍ଣପୁରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

  • ସହୃଦୟତାର ସହିତ ସମାଜର ଅସହାୟ ମାନବଙ୍କ ସେବା କରିବା ଦରକାର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ଵ ରେଡକ୍ରସ ଦିବସ ଜିଲ୍ଲାପାଳଙ୍କ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସଂସ୍ଥାର ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ସଂସ୍ଥାର ଉପସଭାପତି ତଥା ବିଶିଷ୍ଟ ସମାଜସେବୀ ଓ ବରିଷ୍ଠ ଆଇନଜୀବୀ ଗୌରୀଶ୍ୟାମ ପଣ୍ଡା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର ଏବଂ ବକ୍ତା ଭାବରେ ଅଧ୍ୟାପକ ଉମାକାନ୍ତ ନାଗ, ଜିଲ୍ଲା ସଂଯୋଜକ ଯୁବ ରେଡକ୍ରସ ଯୋଗ ଦେଇଥିଲେ । ପ୍ରାରମ୍ଭରେ ରେଡକ୍ରସ ପ୍ରତିଷ୍ଠାତାର ଜନ ହେନେରୀ ଡୁନାଣ୍ଟଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଅତିଥି ଏବଂ ବକ୍ତାମାନେ ବିଶ୍ୱପ୍ରତି ହେନେରୀ ଡୁନଣ୍ଟଙ୍କ ଅଦ୍ଭୂତପୂର୍ବ ଅବଦାନ ଏବଂ ରେଡକ୍ରସ ସଂସ୍ଥାର କଲ୍ୟାଣକାରୀ ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ରେଡକ୍ରସ ଶାଖାର ସଦସ୍ୟମାନଙ୍କ ସହିତ ଅଧିକ୍ଷଣ ଯନ୍ତ୍ରୀ ଆରଡବ୍ଲୁଏସଏସ ଇଂ ବିଭୂପ୍ରସାଦ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଶ୍ୱ ରଞ୍ଜନ ପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ତହସିଲଦାର ସୋନପୁର ନବୀନ କିଶୋର ପାଢୀ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ସାମ୍ବାଦିକ ବୃନ୍ଦ ପ୍ରମୁଖ ଯୋଗଦାନ କରିଥିଲେ । ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ଜରୁରୀକାଳୀନ ଶାଖାର ବିଶ୍ୱନାଥ ନାଏକ୍ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ । ଦିବସ ଉପଲକ୍ଷେ ପ୍ରାତଃ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀ ଦାଶ ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟାଳୟର ୭୯ ଜଣ କର୍ମଚାରୀ ଉତ୍ସାହର ସହ ରକ୍ତଦାନ କରିଥିଲେ । ପରେ ପରେ ପୂର୍ବାହ୍ନ ସମୟରେ ସ୍ଥାନୀୟ ସାନଝିଙ୍କି ସ୍ଥିତ ମହିମା ବରିଷ୍ଠ ନାଗରିକ ଗୃହର ୨୦ ଜଣ ଅନ୍ତେବାସିନୀ ଓ ୧୦ ଜଣ ଅନ୍ତେବାସୀଙ୍କୁ ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ପୌର ପରିଷଦ ସୁବର୍ଣ୍ଣପୁର ଅଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ, ଜିଲ୍ଲା ସଂଯୋଜକ ଯୁବ ରେଡକ୍ରସ ଉମାକାନ୍ତ ନାଗ, ଆଜୀବନ ସଦସ୍ୟା ଇନ୍ଦୁମତୀ ପୁରୋହିତ, ସମ୍ପାଦକ ତଥା କୋଷାଧ୍ୟକ୍ଷ ଜିଲ୍ଲା ରେଡ଼କ୍ରସ ଆନନ୍ଦ ପଣ୍ଡା ପ୍ରମୁଖ ଶାଢ଼ୀ ଓ ଧୋତି ପ୍ରଦାନ କରିଥିଲେ । ଅଦ୍ୟ ଦିବସର ସମସ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ବିଶ୍ୱନାଥ ନାୟକ, ଆଲୋକ କୁମାର ଦାଶ, ରିତେଶ କୁମାର ହୋତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!