centurian jitm

ମହାନ୍ ଦାର୍ଶନିକ କାର୍ଲମାର୍କସ୍‌ଙ୍କ ୨୦୬ତମ ଜନ୍ମ ଜୟନ୍ତୀ ସିଆଇଟିୟୁ ପକ୍ଷରୁ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦର ସ୍ରଷ୍ଟା କାର୍ଲମାର୍କସ୍‌ଙ୍କ ୨୦୬ତମ ଜନ୍ମ ଜୟନ୍ତୀ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ଠାରେ ସିଆଇଟିୟୁ ଜିଲ୍ଲା ଉପସଭାପତି ଶ୍ରୀମନ୍ତ ବେହେରାଙ୍କ ସଭାପତିତ୍ୱରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସିଆଇଟିୟୁ ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦାଶ, ଅରିନ୍ଦମ ଦତ୍ତ, ସଂପାଦକ ରାଜ କିଶୋର ପ୍ରଧାନ, ବି ପି ମହାପାତ୍ର, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କାର୍ଲମାର୍କସ୍‌ ବିଶ୍ଵର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିକୁ ବ୍ୟାଖ୍ୟା କରି ଗୋଟିଏ ବାକ୍ୟରେ ସେ କହିଥିଲେ ଏ ପର୍ଯ୍ୟନ୍ତ ଧରାପୃଷ୍ଟରେ ତିଷ୍ଠି ରହିଥିବା ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମର ଇତିହାସ । ମାର୍କସ୍‌ କହିଥିଲେ ଶ୍ରମିକ ଉତ୍ପାଦନ କରୁଥିବା ପଣ୍ୟ ପାଇଁ ପୁଂଜିପତି ଶ୍ରେଣୀ ବା ମାଲିକ ଶ୍ରମର ଉପଯୁକ୍ତ ମୂଲ୍ୟ ନ ଦେଇ ଶ୍ରମିକର ଶ୍ରମକୁ ନିର୍ମମ ଭାବରେ ଶୋଷଣ କରି ଉଦବୃତ୍ତ ମୂଲ୍ୟ ଜରିଆରେ ମୁନାଫାର ଇମାରତ ଠିଆ କରିଛନ୍ତି । ଶ୍ରମିକଙ୍କୁ ଶୋଷଣ ବ୍ୟତିରକେ ପୁଂଜିପତିର ମୁନାଫା ବୃଦ୍ଧି ଅସମ୍ଭବ । ଆମେ ଆଜି ପୁଂଜିପତି ଶ୍ରେଣୀ ପାଖରେ ମୁନାଫାର ପାହାଡ଼ ଦେଖୁଛନ୍ତି, ତାହା କୋଟି କୋଟି ଶ୍ରମିକଙ୍କର ଝାଳ ଓ ରକ୍ତକୁ ଶୋଷଣ କରି ଅର୍ଜନ କରାଯାଇଛି । ମାର୍କସ୍‌ଙ୍କ ମହାନ୍ କୃତି ମାର୍କସବାଦ ହିଁ ସର୍ବଶ୍ରେଷ୍ଠ ଦର୍ଶନ ଏବଂ ମାର୍କସବାଦୀ ଅର୍ଥନୀତି ହିଁ ବିଶ୍ଵର ଶ୍ରେଷ୍ଠ ଅର୍ଥନୀତି । ପୁଂଜିବାଦି ସମାଜରେ ଚାଲିଥିବା, ଶୋଷଣ, କଷଣ, ଦମନ ଏବଂ ନିର୍ଯାତନାରୁ ମୁକ୍ତି ପାଇଁ ସମାଜବାଦ ହିଁ ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା ବୋଲି ବକ୍ତାମାନେ କହିଥିଲେ । କାର୍ଲମାର୍କସ୍‌ ମେ’ ୫ ତାରିଖ ୧୮୧୮ରେ ଜର୍ମାନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା । ତାଙ୍କର ଲିଖିତ ଦାସ୍ କ୍ୟାପିଟାଲ ଓ କମ୍ୟୁନିଷ୍ଟ ଇସ୍ତାହାର ଆଜି ସମଗ୍ର ବିଶ୍ଵରେ ଅର୍ଥନୀତି ପାଇଁ ବିଶେଷ ଭାବରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ବାସୁଦେବ ସାହୁ, ବସନ୍ତ ପାଢ଼ୀ, ଏନ୍ କେ ରାଉତରାୟ, ବୁବୁନ ମାଇତି, ପ୍ରମୋଦ ପରିଡ଼ା, ଜି କେ ନାୟକ, ଲକ୍ଷ୍ମୀ ମୁଣ୍ଡା, ଜନ୍ମେଜୟ ଘୋଷ, ବିଶ୍ଵନାଥ ଲେଙ୍କା, କୁଳମଣି ରାଉତ, ସଂଗ୍ରାମ ସାମଲ, କୁନ୍ଦନ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.