oom

ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ପକ୍ଷରୁ ଶ୍ରମିକ ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଶ୍ରମିକ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ଶିଳ୍ପାୟନ ଅଞ୍ଚଳ ସ୍ଥିତ ଆର୍ଯ୍ୟପଲ୍ଲୀ କମ୍ୟୁନିଟି ହଲ୍‌ରେ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏଥିରେ ପ୍ରାୟ ୧୫ ଶହ ଜଣ ବିଭିନ୍ନ ବର୍ଗର ଶ୍ରମିକମାନେ ଯୋଗଦେଇ ମଇ ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ସଭାପତି ଶଙ୍କର ଦାଶଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସମାବେଶରେ ଜୟଶ୍ରୀ କେମିକାଲସ ୟୁନିୟନ, ବ୍ଲାଷ୍ଟ ଏମ୍ପାୱେର ୱର୍କସ ୟୁନିୟନ, ଗୋପାଳପୁର ପୋର୍ଟ ଶ୍ରମିକ କର୍ମଚାରୀ ୟୁନିୟନ, ଲୋର୍ଡିଙ୍ଗ, ଆନ-ଲୋର୍ଡିଙ୍ଗ ପୋର୍ଟ ସୁପରଭାଇଜେରସ ୟୁନିୟନ, ଆଇଆରଇ ଠିକାଦାରୀ ଶ୍ରମିକ ସଂଘର ସମସ୍ତ ଶ୍ରମିକ ମହାସଂଘ ମଇ ଦିବସରେ ସାମିଲ ହୋଇ ନିଜ ନିଜର ଜୀବନ ଜୀବିକାର ସ୍ୱାର୍ଥ ଉପରେ ଆଲୋଚନା କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପଣନ କମିଟିର ସଦସ୍ୟ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଶ୍ରମିକମାନଙ୍କର ଭବିଷ୍ୟତ ଜୀବନ ଉପରେ ଆଲୋକପାତ କରିଥିଲେ । ଶ୍ରମିକ ନେତା ଜି.ସନ୍ତୋଷ ରେଡ୍ଡୀ, ଦୁର୍ଯ୍ୟୋଧନ ବେହେରା, ତ୍ରିଲୋଚନ ବେହେରା, ଏସ.ସଞ୍ଜୀବ ରେଡ୍ଡୀ, ତ୍ରିନାଥ ରେଡ୍ଡୀ, ଡ଼ବିଲ୍ୟୁ.କେଦାର, ଆର.ଗୋବିନ୍ଦ, ପି.ଚେନ୍ଦ୍ରାୟ, ବି.ଭୀମସେନ ପ୍ରମୁଖ ଶ୍ରମିକମାନଙ୍କ ସ୍ୱାର୍ଥ ଉପରେ ଆଲୋଚନା କରିଥିଲେ । ଗୋପାଳପୁର ବନ୍ଦର ଅଧୀନରେ ପ୍ରାୟତଃ ୫ ହଜାର ବିଭିନ୍ନ ବର୍ଗର ଶ୍ରମିକମାନେ ନିୟୋଜିତ ହୋଇଆସିଥିବା ବେଳେ ସେମାନଙ୍କର ରୋଜଗାର କ୍ଷମ ଆହୁରି କିପରି ଉନ୍ନତ ହେବ ଏବଂ ସେମାନେ ସେମାନଙ୍କର ପରିବାର ପ୍ରତିପୋଷଣରେ କିଭଳି ସରସ ହେବ, ଶ୍ରମିକମାନଙ୍କ ଭବିଷ୍ୟତ ଉପରେ ଚିନ୍ତା କରିବା ସାଂଗକୁ ଛତ୍ରପୁର ଅଞ୍ଚଳରେ ଶିଳ୍ପର ବିକାଶମୂଖୀ କରାଇବା ଦିଗରେ ସଂଗଠନ ତରଫରୁ ଆମ୍ଭେ ଉଦ୍ୟମ କରିବା ଆବଶ୍ୟକ ବୋଲି ମହାସଂଘ ସଭାପତି ଶଙ୍କର ଦାଶ ତାତ୍ତ୍ଵିକ ଆଲୋଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.