oom

ଜେବିବିଏସ୍‌ଏନ୍‌ରେ ଆନ୍ତର୍ଜାତୀୟ ଅଟିଜିମ୍ ଦିବସ ପାଳିତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷ୍ୟା ନିକେତନ ସ୍ଵତନ୍ତ୍ର ତାଲିମ କେନ୍ଦ୍ରରେ ବିଶ୍ଵ ଅଟିଜିମ୍ ଦିବସ ପାଳନ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଧାଂଶୁ ଭୂଷଣ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ବୁଦ୍ଧଦେବ ସାମଲ, ବିଘ୍ନେ ରଣାଙ୍କ ସହ ସ୍ଥାନୀୟ ତାଲିମ ପ୍ରଦାନ କେନ୍ଦ୍ରର ତାଲିମପ୍ରାପ୍ତ ପୂର୍ବ ଛାତ୍ର ଶ୍ରୀପାଲ ପଣ୍ଡା ଏବଂ ଅବନୀ ସାହୁ ଉପସ୍ଥିତ ରହି ଅଟିଜିମ୍ ଦିବସ ବିଷୟରେ ମତ ପ୍ରଦାନ କରିଥିଲେ । ଏହାସହ ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ଶିଳ୍ପିକା ନାଥ ମଧ୍ୟ ମତ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତାଲିମ କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.