oom

ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

jsmm
  • ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନ
  • ସଚେତନତା ପାଇଁ ଅନୁଷ୍ଠିତ ହେଲା ପୋଷ୍ଟର ପ୍ରଦର୍ଶନୀ ଏବଂ ଲୋକନାଟକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରଠାରେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି ଅଧ୍ୟକ୍ଷତା କରି ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ନିର୍ମୂଳ କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ପ୍ରିନ୍ସିପାଲ ଟ୍ୟୁଟର କନକଲତା ବେହେରା, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଡିପିଏମ ବିଶ୍ଵମ୍ଵର ବେହେରା, ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଯକ୍ଷ୍ମାର କାରଣ ଏବଂ ନିରାକରଣ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତାରେ ସରକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ ମନୀଷା ସୁନା, ଶଶିପ୍ରିୟା ସାହୁ, ଜାମିନୀ ବରିହା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଉଲୁଣ୍ଡା ବ୍ଲକର ବିଶ୍ଵାମିତ୍ର କଲତା ଏବଂ ସାଥୀ ଲୋକନାଟକ ପରିବେଷଣ ପୂର୍ବକ ଯକ୍ଷ୍ମା ସମ୍ପର୍କିତ ସଚେତନତା ସୃଷ୍ଟି କରିଥିଲେ । ଯକ୍ଷ୍ମାର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପାଳନୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତରଣୀସେନ ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ଶୋଭନା ଦାଶ, ହିତେଶ ତ୍ରିପାଠୀ, ଟିମ, ସୁବର୍ଣ୍ଣପୁରର ଚୁମକି ମିଶ୍ର, ସ୍ଵାସ୍ଥ୍ୟ କର୍ମଚାରୀ, ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.