centurian jitm

ଭାରତର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କ ୯୨ତମ ଫାଶୀ ଦିବସ ପାଳିତ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ସ୍ୱାଧୀନତା ଆନ୍ଦୋଳନର ମହାନ କ୍ରାନ୍ତିକାରୀ ଶହୀଦ ଭଗତ ସିଂହ, ସୁକଦେବ ଓ ରାଜଗୁରୁଙ୍କ ୯୨ତମ ଫାଶୀ ଦିବସ ଆଜି ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ୍, ଭାରତର ଛାତ୍ର ଫେଡେରେସନ୍ ଏବଂ ଶହୀଦ ଭଗତ ସିଂ ସ୍ମୃତି କମିଟି ପକ୍ଷରୁ ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ଶହୀଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ଡିୱାଇଏଫଆଇ ଜିଲ୍ଲା ସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ରକ୍ରମରେ ମୁଖ୍ୟ ଅତିଥି ଭାବରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ଓଡ଼ିଶାର ପ୍ରଗତିଶୀଳ ସ୍ତମ୍ଭକାର ଭୂପେନ ମହାପାତ୍ର, ସମାଜସେବୀ ହରିହର ରାଉତରାୟ, ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଗୁରମିତ ସିଂହ, ବଲବୀର ସିଂହ, ସିପିଆଇଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ରାଉରକେଲା ଓକିଲ ସଂଘ ସଭାପତି ସୁରେଶ ମାଝୀ, ବରିଷ୍ଠ ଆଇନଜୀବୀ ସୁଜୟ ପାଣି, ସତ୍ୟ ଶର୍ମା, ରାମ ପ୍ରସାଦ ପଟ୍ଟନାୟକ, ବିସ୍ମୟ ଦାସ, ଏମ୍ ମାଲେଶ୍ଵରମ, ସିଆଇଟିୟୁ ରାଜ୍ୟ ଉପସଭାପତି ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସିଟୁ ରାଜ୍ୟ ସଂପାଦକ ହୃଦାନନ୍ଦ ଯାଦବ, ଶକୁନ୍ତଳା ମହାକୁଡ଼, ଗୋପବନ୍ଧୁ ପାଠାଗାରର ବିଜୟ ବରାଳ, ସିସିୟୁଏ ଆବାହକ ଭାଗିରଥି ଟୁଡୁ, ମହିଳା ସମିତି ନେତ୍ରୀ ତାଜମୁନ୍ ନେହାର, ଶ୍ରମିକ ନେତା ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ଅରୁଣ ଦାସ, ବିନୟ ବେଉରିଆ, ପ୍ରଦୀପ ସେଠୀ, ବାସୁଦେବ ସାହୁ, ସଚିନ୍ ରାୟ, କୁଳମଣି ରାଉତ, ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଏନ୍ ଏନ୍ ପାଣିଗ୍ରାହୀ, କବି ପ୍ରଧାନ, ଏନ କେ ରାଉତରାୟ, ବି ବି ଦାସ, ତୁଷାର ନାଏକ ପ୍ରମୁଖଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଜନସାଧାରଣ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବକ୍ତବ୍ୟ ରଖି କହିଥିଲେ ଯେ, ଆଜିର ଦିନରେ ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗୋରା ସରକାର ଭଗତ ସିଂ, ସୁକଦେବ ଓ ରାଜଗୁରୁଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମର ଶହୀଦ ଭଗତ ସିଂଙ୍କ ଯୋଗଦାନ ଅବିସ୍ମରଣୀୟ । ସେ କେବଳ ସ୍ଵାଧୀନତା ନୁହେଁ ଦେଶର ଲୋକମାନଙ୍କୁ ପୂର୍ଣ୍ଣ ସ୍ଵାଧୀନତା ପ୍ରଦାନ ପାଇଁ ଦେଶର ଯୁବ ସମାଜ ଆଗେଇ ଆସି ସ୍ଵାଧୀନତା ସଂଗ୍ରାମରେ ଝାସ ଦେବାକୁ ଆହ୍ୱାନ କରିଥିଲେ । ଆଜି ଦେଶ ସ୍ଵାଧୀନତାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ବେକାରୀ, ଦାରିଦ୍ର୍ୟ, ଶୋଷଣ, ଅତ୍ୟାଚାର ବୃଦ୍ଧି ପାଇଛି । ସାଂପ୍ରଦାୟିକ ବିଦ୍ୱେଶ ସୃଷ୍ଟି କରାଯାଉଛି । ଏହା ବିରୋଧରେ ଏକ ହୋଇ ଆଜିର ଦିନରେ ଶପଥ ନେବାକୁ ଆହ୍ୱାନ କରାଯାଇଥିଲା । ସଭା ପ୍ରାରମ୍ଭରେ ସ୍ମୃତି କମିଟିର ସାଧାରଣ ସମ୍ପାଦକ ବିଶ୍ଵଜିତ ମାଝୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ ଉପାଧ୍ୟକ୍ଷ ଚନ୍ଦ୍ରଭାନୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.