oom

ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

jsmm

ସୁନ୍ଦରଗଡ଼ : ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଥିଲେ ଏବଂ ସମାଜରେ ମହିଳାମାନେ ସ୍ୱାବଲମ୍ବୀ ହେଲେ ପରିବାରର ଉନ୍ନତି ସାଧିତ ହୋଇଥାଏ ତଥା ସମାଜର ମଧ୍ୟ ବିକାଶ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଡିଏସ୍‌ପି ଦ୍ରୌପଦୀ ଦାସ, ସମାଜସେବୀ ସ୍ନେହଲତା ପଟେଲ, ଶୁଭଶ୍ରୀ ରାୟ, ସୁରକ୍ଷା ଅଧିକାରୀ ଚୁଲେସ୍ଵରି ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବାଲ୍ୟ ବିବାହ ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ, ପ୍ଲାନ୍ ଇଣ୍ଡିଆର ଜିଲ୍ଲା ସଂଯୋଜକ, ସମସ୍ତ ସିଡିପିଓ, କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରୀ ଶ୍ରୀ ପଟେଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ଵାରା ବେଷ୍ଟ ଶିଶୁ ସିଡିପିଓ, ବେଷ୍ଟ ସୁପରଭାଇଜର, ବେଷ୍ଟ ଅଙ୍ଗନୱାଡି କର୍ମୀ ଏବଂ ଗୋଟିଏ ସଖୀ ଓ ଗୋଟିଏ ସଖାଙ୍କୁ ପ୍ରମାଣପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁଶୀଳା ରଥ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.