oom

ବିଦ୍ୟା ପବ୍ଲିକ ସ୍କୁଲର ୭ମ ବାର୍ଷିକ ଉତ୍ସବ ପାଳିତ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ରଘୁନାଥ ସାହିରେ ଅବସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ଅଞ୍ଜନ କୁମାର ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ଦୀପକ ଫୋର୍ଟିଲାଇଜର ଓ ପେଟ୍ରୋକେମିକାଲ ସିନିୟର ଜେନେରାଲ ମ୍ୟାନେଜର ରବିନ୍ଦ୍ର କୁମାର ମହାନ୍ତି, ଗଞ୍ଜାମ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶୀଭାଶିଷ ଷଡଙ୍ଗୀ, ବିଶିଷ୍ଟ ସମାଜସେବୀ ତ୍ରିନାଥ ପାଣିଗ୍ରାହୀ, ଆନ୍ତର୍ଜାତୀୟ ଦୁଃସାହାସିକ ମହିଳା ସାମୁଦ୍ରିକ କ୍ରୀଡାବିତ୍‌ ମନସ୍ଵିନୀ ମହାରଣା, ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପାଟ୍ଟନାୟକ, ଏବିଇଓ ବିଜୟ କୁମାର ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିବା ସହ ବିଦ୍ୟାର୍ଥୀମାନଙ୍କ ଉଜ୍ୱଳ ଭବିଷତ କାମନା କରିଥିଲେ । ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ପଣ୍ଡାଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିକ୍ଷକ ବିନୋଦ ଚନ୍ଦ୍ର ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ରଶ୍ମିତା ଦଳାଇଙ୍କ ସଂଯୋଜନାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗୀତର ମଧୁର ମୂର୍ଚ୍ଛନାର ତାଳେ ତାଳେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଥିଲା । ଶିକ୍ଷୟିତ୍ରୀ ସି ଏଚ ପଦ୍ମିନୀଙ୍କ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନରେ ଦର୍ଶକ ଝୁମିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.