om academy

ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ମଦନପୁର ଠାରେ ବାର୍ଷିକ ଉତ୍ସବ- ୨୦୨୩ ପାଳିତ

jsm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ସ୍ଥିତ ସରକାରୀ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟଙ୍କ ସଭାପତିତ୍ୱରେ ଗୁରୁବାର ଦିନ ବାର୍ଷିକ ଉତ୍ସବ- ୨୦୨୩ ପାଳିତ ହୋଇଯାଇଛି । ଏଥିର ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଶିକ୍ଷ୍ୟାବିତ୍‌ ପଣ୍ଡିତ ପଧାନ, ସମ୍ମାନିତ ଅତିଥି ଭାବେ ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମସୁନ୍ଦର ନାୟକ, ସ୍କୁଲ ସଭାପତି ରାୟସିଂ ପାତ୍ର ଉପସ୍ଥିତ ଶିକ୍ଷ୍ୟାର ମହତ୍ତ୍ୱ, ବିଦ୍ୟାଳୟର ଉନ୍ନତି ଉପରେ କହି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ମଞ୍ଚ ପରିଚାଳନା ଶିକ୍ଷକ ମୀନକେତନ ସୁନା ଓ ଧନ୍ୟବାଦ ଅର୍ପଣ ହୀଡାମ୍ବି ନାୟକ କରିଥିଲେ । ଏଥିରେ ଶିକ୍ଷକ ଅରୁଣ କୁମାର ଭୋଇ, ବଗରୁ ବାହାନ ଭୋଇ, ଭଗବାନ ଧରୁଆ, ପ୍ରଶାନ୍ତ କୁମାର ସାହୁ, କିଶୋର ଚନ୍ଦ୍ର ପଣ୍ଡା, ଶିକ୍ଷୟିତ୍ରୀ ଅନୁରାଧା ପାଣ୍ଡେ, ଶୁଶ୍ରୀତା ପଟେଲ, ପ୍ରିୟଙ୍କା ଭୋଇ, ଅରୁଣବାଲା ସ୍ୱାଇଁ ଏବଂ ସମସ୍ତ କର୍ମଚାରୀ ସାହାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓୟୁଜେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ପ୍ରଗତିବାଦୀ ପଶ୍ଚିମ ଓଡିଶାର ଡିଜିଏମ କମ୍ବୁପାଣି ମିଶ୍ର, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସନ୍ତୋଷ ଦଣ୍ଡସେନା, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ଶତ୍ରୁଘନ ମହାନନ୍ଦ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ର କର୍ତ୍ତା, ପୂରାତନ ଛାତ୍ର, ଯୁବ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.