ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନ ସ୍ଵାଧୀନତା ସଂଗ୍ରାମୀ ତଥା ରାଷ୍ଟ୍ରଭକ୍ତ ଅବିସ୍ମରଣୀୟ ଯୋଦ୍ଧା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଜନ୍ମ ବାର୍ଷିକ ଉତ୍ସବରେ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବରାଳ, ସୁରେନ୍ଦ୍ର ନାଥ ସେଠୀ, ସମାଜସେବୀ ଗୀତାରାଣୀ ରଣଜିତ, ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ଶାରିରୀକ ଶିକ୍ଷା ଶିକ୍ଷକ ସହଦେବ ମଲ୍ଲିକ, ଯୁବ ଗାୟକ ଦୁର୍ଗା ପ୍ରସାଦ ସାହୁ, ଶିକ୍ଷୟିତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ୱାଳ, ମମତା ବେହେରା, ଶ୍ରଦ୍ଧାଞ୍ଜଳି ଜେନା, ପ୍ରିୟଦର୍ଶିନୀ ମଲ୍ଲିକ, ମୁଖ୍ୟ କିରାଣୀ ସୁରେଶ କୁମାର ରାଉଳ ଓ ଶିକ୍ଷା କର୍ମଚାରୀ ନୀଳାମ୍ବର ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ଥିବା ପଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଉତ୍ତରୀୟ, ପୁଷ୍ପମାଲ୍ୟାର୍ପଣ, ଦୀପ ଧୂପ ଦେଇ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେହି ମହାନ ରାଷ୍ଟ୍ରନାୟକଙ୍କ ଜୀବନୀ, ଆଦର୍ଶ, ଦେଶଭକ୍ତି ଉପରରେ ଆଲୋକପାତ କରିଥିଲେ । ଏଥିସହିତ ବିଦ୍ୟାଳୟ ପରିସରରେ ପ୍ରକୃତୀପ୍ରେମୀ ଗୀତାରାଣୀ ରଣଜିତ ଓ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ପୌରାହିତ୍ୟରେ ଚାରା ରୋପଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ଧାଉଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post