ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ରିଷିଡା ସ୍ଥିତ ଜେ.କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଦିଲୀପ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଭୂପିନ୍ଦର ସିଂହ, ବିଧାୟକ ତଥା ଶିକ୍ଷା ବିକାଶ କମିଟିର ଅଧ୍ୟକ୍ଷ, ସମ୍ମାନିତ ଅତିଥି ଭାବରେ କର୍ଲାମୁଣ୍ଡା ପଞ୍ଚାୟତର ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ, ଜିଲ୍ଲା ପରିଷଦ କର୍ଲାମୁଣ୍ଡା ଜୋନ୍‌(କ)ର ସଭ୍ୟ ମହେନ୍ଦ୍ର ରଣା, ରିଷିଡା ସମିତି ସଭ୍ୟ ନିମାଇଁଚରଣ ବେହେରା, ରିଷିଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସେବତୀ ରଣା ଓ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାକୁ ହେଲେ ତାକୁ ଏକ ଆହ୍ୱାନ ରୂପେ ଗ୍ରହଣ କରିବାକୁ ପଡିବ ତଥା ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରି କଳାହାଣ୍ଡି ତଥା ଓଡିଶାର ଗୌରବ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନର ଓଡିଆ ବିଭାଗ ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିଲେ । ଭୂଗୋଳ ଅଧ୍ୟାପକ ଗିରିରାଜ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାକୁ ଅନୁଷ୍ଠାନର ପୂରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥିଗଣ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏଥିରେ ଖେଳ ଶିକ୍ଷକ ଲଳିତ ଦାସ ଓ ଗିରିରାଜ ଗହୀର, ଅଧ୍ୟାପକ ହେମନ୍ତ କୁମାର ଚୌଧୁରୀ ସାହାଯ୍ୟ କରିଥିଲେ । ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଗଣ ଚିତ୍ତାକର୍ଷକ ନୃତ୍ୟ ଗୀତ ପରିବେଷଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଚନ୍ଦନ ରଣା, ଚିନ୍ମୟ କୁମାର ରଣା, ସୌମ୍ୟରଞ୍ଜନ ତ୍ରିପାଠୀ, ଜଗଦୀଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ ଓ ଶ୍ରୀମତୀ କଳ୍ପନା ରଣା ସହଯୋଗ ଓ ପରିଚାଳନା କରି ଉତ୍ସବକୁ ସଫଳ କରିଥିଲେ । ଏହା ବ୍ୟତୀତ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପ୍ରେରଣା ଓ ସହଯୋଗ ଫଳରେ କାର୍ଯ୍ୟକ୍ରମ ଗୁଡିକ ସୁଚାରୁ ରୂପେ ସଂପାଦିତ ହୋଇଥିଲା ।

Leave A Reply

Your email address will not be published.