ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକରେ ଆଦିବାସୀଙ୍କ ମହାନ ପର୍ବ ‘ଟୋକିମରା ପର୍ବ’ ବା ପୌଷ ପର୍ବ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିନୀତିରେ ପର୍ଯ୍ୟାୟ କ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସାମିଲ ହୋଇଥାନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଦିବାସୀଙ୍କ ଏହି ପାରମ୍ପରିକ ପର୍ବ ପର୍ଯ୍ୟାୟ କ୍ରମେ ପାଳନ ହେଉଛି ।