om academy

ମା’ ସାରଦା ଦେବୀଙ୍କ ୧୭୦ତମ ଜନ୍ମ ଜୟନ୍ତୀ ପାଳିତ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମ ପରିସରରେ ମା’ ସାରଦା ଦେବୀଙ୍କ ୧୭୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ମଙ୍ଗଳ ଆଳତି, ପୂଜା, ହୋମ ସମାପନ ପରେ ସ୍ଵାମୀ ଅଶୋକାନନ୍ଦଜୀ ମହାରାଜଙ୍କ ସଭାପତିତ୍ୱରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ସ୍ଵାମୀ ଅଶୋକାନନ୍ଦ ମହାରାଜ ମା’ ସାରଦା ଦେବୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ମ.ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ. ଶିବରାମ ନାୟକ, ମୁଖ୍ୟ ବକ୍ତା ଭାବେ ସରସ୍ଵତୀ ମିଶ୍ର, ମ.ରାମପୁର ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ ଯୋଗ ଦେଇ ମା’ ସାରଦା ଦେବୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ତା’ ସହିତ ସମାଜରେ ନାରୀମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଓ ମା’ ସାରଦା ଦେବୀଙ୍କ ଜୀବନ ଚର୍ଯା କିପରି ନାରୀ ସମାଜ ଉପରେ ପ୍ରଭାବ ପକାଇଥିଲା ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ସ୍ଵାମୀ ଧିରେଶାନନ୍ଦ, ସ୍ୱାମୀ ବିରେଶାନନ୍ଦ, ସ୍ୱାମୀ ଶୁକଦେବାନନ୍ଦ, ଆଶ୍ରମର ବଟ କିଶୋର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ନଦା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଶ୍ରମର ଅନ୍ତେବାସୀ ଆଦିବାସୀ ଛାତ୍ରମାନଙ୍କ ଦ୍ୱାରା ଲିଖିତ ପ୍ରାଚୀର ପତ୍ରିକା ଶିଖା ମୁଖ୍ୟ ଅତିଥିଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିବା ବେଳେ ଉମାକାନ୍ତ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.