- ରେଣ୍ଡୋ ମାଝୀ କଳାହାଣ୍ଡିର ଅସ୍ମିତାର ପରିଚାୟକ
ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀଠାରେ କଳାହାଣ୍ଡିର ପ୍ରଥମ ସହିଦ ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ ଦିବସ ପାଳିତ ହେଇଯାଇଛି । ଏଥିରେ ଅତିଥିମାନେ ରେଣ୍ଡୋ ମାଝୀଙ୍କୁ କଳାହାଣ୍ଡିର ଅସ୍ମିତାର ପରିଚାୟକ ବୋଲି କହିବା ସହିତ ତାଙ୍କ ବୀରତ୍ୱର ଗାଥା ବଖାଣିଥିଲେ । ପ୍ରାରମ୍ଭରେ ସହିଦଙ୍କ ସ୍ମୃତିସ୍ତମ୍ଭରେ ପୂଜାର୍ଚ୍ଚନା ପରେ ଘୁମୁରା, ଢାପ ନୃତ୍ୟର ତାଳେ ତାଳେ ଏକ ବିରାଟ ମଶାଲ ଶୋଭାଯାତ୍ରା ଉର୍ଲାଦାନୀ ପରିକ୍ରମା କରିଥିଲା । ଅନୁଷ୍ଠିତ ସମାବେଶରେ ସରପଂଚ ତଥା ରେଣ୍ଡୋ ମାଝୀ ସ୍ମୃତି କମିଟିର ସଭାପତି ସୁପ୍ରିୟା ମାଝୀଙ୍କ ଅଧ୍ୟକ୍ଷାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ସମ୍ମାନିତ ଅତିଥି ପଂଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ କୁମାର ଭୋଇ, ଥାନାଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ, ସମାଜସେବୀ ବିଭୂତି ଭୂଷଣ ମହାଖୁଡ଼, ସମିତି ସଭ୍ୟା ମନାସିନୀ ରଣା, ବିବେକସେନା ସଭାପତି ଶିବରାମ ନାୟକ, ଗୌଣ୍ଡୱାନା ରାଜ୍ୟ ସଚିବ ଗୌତମ ପାତ୍ର, ନର୍ଲା ରେଂଜ ଅଧିକାରୀ ପ୍ରଶାନ୍ତ ପାଲ, କାହ୍ନୁଚରଣ ମହାନ୍ତି, ସୁରେଶ ରାଓ, ପୂର୍ବତନ ସରପଂଚ ଗନ୍ଧର୍ବ ପୁଝାରୀ, ଅଧ୍ୟାପକ ନୀଳାମ୍ବର ପାତ୍ର, ଅଧ୍ୟକ୍ଷ ମନୋଜ କୁମାର ଦିଗାଲ, ସତ୍ୟ ନାରାୟଣ ଭୋଇ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ ମଂଚ ପରିଚାଳନା କରିଥିଲେ । ଧନସିଂ ମାଝୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପିଇଓ ରମାକାନ୍ତ ସାହୁ, ଗୋପାଳ ରଣା, ସାରୁଙ୍ଗା ମାଝୀ, ଶ୍ୟାମସିଂ ପାତ୍ର, ଶାରଦା ମାଝୀ, ରୁଦ୍ର ପ୍ରତାପ ସିଂ, ନାରାୟଣ ପ୍ରସାଦ ଅଗ୍ରୱାଲ ପ୍ରମୁଖ ମଂଚାସୀନ ରହିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।