oom

ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୧୪୭ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ରହ୍ମପୁରା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ୧୪୭ତମ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ରାଜ୍ୟସଭା ସାଂସଦଙ୍କ ପାଟଣାଗଡ଼ ବ୍ଲକ ପ୍ରତିନିଧି ଶ୍ରୀମତୀ ସନ୍ତୋଷିନୀ ବିଶିଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ, ଦୀପ ପ୍ରଜ୍ୱଳ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୀର ବିର୍ସା ମୁଣ୍ଡା ନିଜର ଜୀବନକୁ ବାଜି ଲଗାଇ ଆଦିବାସୀମାନଙ୍କ ହକ, ଅଧିକାର, ଜଳ, ଜଙ୍ଗଲ, ଜମି ପାଇବା ପାଇଁ ଅହରହ ଆନ୍ଦୋଳନ କରି ଇଂରେଜମାନଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ନିଜକୁ ଜଳାଞ୍ଜଳି ଦେଇ ଦେଶ ସ୍ୱାଧୀନତା ହେବାରେ ମୁଖ୍ୟ ଭୂମିକା ନିଭାଇଥିଲେ ବିର୍ସା ମୁଣ୍ଡା । ତାଙ୍କର ବଳିଦାନ ଯୋଗୁଁ ଆମେ ଆଜି ମୁଣ୍ଡ ଟେକି ଚାଲି ପାରୁଛୁ, ହକ ଅଧିକାର ପାଇ ପାରୁଛୁ, ସାମ୍ବିଧାନିକ ଅଧିକାର ପାଇ ପାରୁଛୁ ବୋଲି ବକ୍ତାମାନେ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପସଭାପତି ଗଦି ବରିହା, ହୃଷିକେଶ ଭୋଇ, ଚୂଡାମଣି ଧରୁଆ, ଚନ୍ଦ୍ର ବରିହା, ବଳରାମ ବରିହା, ନିତ୍ୟା ଶବର, ବନବିହାରୀ ଭୋଇ, ଉଷା ଧରୁଆ, ଚନ୍ଦ୍ରମଣି ବାଗ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ସଂଘର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.