ପ୍ରାଚୀନ ଲୋକନୃତ୍ୟ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ସ୍ଥାନୀୟ ପଞ୍ଚାୟତ ସଭାଗୃହ ଠାରେ ପ୍ରାଚୀନ ଲୋକନୃତ୍ୟ ସଂଘର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ସୌଭାଗ୍ୟ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବା ବେଳେ ଢେଙ୍କାନାଳ ସାଂସଦ ମହେଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରାଚୀନ ଲୋକନୃତ୍ୟ, କଳା ଓ ସାହିତ୍ୟକୁ ବଂଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ଏବଂ ଏହା ଓଡିଶା ମାଟିର ଧରୋହର ବୋଲି ସୂଚାଇ ଥିଲେ । ତା’ଛଡା ସମ୍ମାନିତ ଅତିଥି ଭାବେ ହିଙ୍ଗୁଳା ଏରିଆ(ତାଳଚେର) ଖଣି ଅଞ୍ଚଳର ମହାପ୍ରବନ୍ଧକ, ପ୍ରଗତି ମହିଳା ମଣ୍ଡଳ ଅଧ୍ୟକ୍ଷା (ଏମ୍.ସି.ଏଲ୍.) ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଘ ଦ୍ୱାରା ମନୋନୀତ ବିଭିନ୍ନ କଳାକାର ଏବଂ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.