
ଖପ୍ରାଖୋଲ, (କେପିଏନ୍ଏସ୍) : ସ୍ଥାନୀୟ ବ୍ଲକ ଅଫିସ ପରିସରରେ ଦୁର୍ନୀତି ନିବାରଣ ଦିବସ ପାଳିତ ହୋଇଯାଇଛି । ଭିଡିଓ କନ୍ଫରେନସ୍ ମାଧ୍ୟମରେ ରାଜ୍ୟସ୍ତରୀୟ ଶପଥ ପାଠ ପରେ ବ୍ଲକ ଅଧିକାରୀମାନେ ଶପଥ ପାଠ କରିଥିଲେ । ଏବିଡିଓ ଭୀମସେନ କହର, ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ଜିପିଇଓ ସୁଶାନ୍ତ ପାଣି, ବ୍ରଜବନ୍ଧୁ ଠାକୁର, ବିକାଶ ବାର୍ଲା, ସୁଜାତା ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।