oom

ଲିଓ କ୍ଲବର ୬ତମ ସ୍ଥାପନା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ସମାଜରେ ଅନୁଷ୍ଠାନ ଗୁଡ଼ିକ ହିଁ ଅନେକ ସାମାଜିକ କାର୍ଯ୍ୟକଳାପ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରୁଛନ୍ତି । ଏଇ କ୍ରମରେ ଲିଓ କ୍ଲବ ଏକ ଅଗ୍ରଣୀ ଓ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଆଜି ବଳାଙ୍ଗିର ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେ.ଆଇ.ଟି.ଏମର ଲିଓ କ୍ଲବର ୬ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟିକୁ ଉଦ୍‌ଘାଟନ କରିଥିଲେ ସହରର ଲିଓ କ୍ଲବର ମୁଖ୍ୟ ଦୁର୍ଗା ପ୍ରସାଦ ପାଣିଗ୍ରାହୀ । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଜ୍ଞାନେନ୍ଦ୍ର ମିଶ୍ର ଓ ସିଏଚସିଇର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଯିଏକି ଲିଓ କ୍ଲବ ସହିତ ପ୍ରାରମ୍ଭରୁ ହିଁ ଜଡିତ ହୋଇ ରହିଛନ୍ତି, ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ ଭାବରେ ପରିଚାଳନା କରିଥିଲେ । କ୍ଲବର ନୂତନ ମୁଖ୍ୟ ଭାବରେ ଲିଓ ଅମୀୟ ରଂଜନ ମେହେର ମନୋନୀତ ହୋଇ ନିଯୁକ୍ତ ହୋଇଥିଲେ । ଉପାଧକ୍ଷ ଭାବରେ ଲିଓ ରମେଶ ପାଣିଗ୍ରାହୀ, ସେକ୍ରେଟାରୀ ଭାବରେ ଲିଓ ଶିବାନନ୍ଦ ସାହୁ, କୋଷାଧ୍ୟକ୍ଷ ଭାବରେ ଲିଓ ଅଭିଷେକ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭାବରେ ଲିଓ ଶାସ୍ଵତୀମୟୀ ସିଂହାନିଆ, ସହକାରୀ ସେକ୍ରେଟାରୀ ଭାବରେ ଲିଓ ସଂଜୀବନୀ ଦାସ ମନୋନୀତ ଏବଂ ନିଯୁକ୍ତ ହୋଇଥିଲେ । ମୁଖ୍ୟ ଅତିଥି କାର୍ଯ୍ୟକ୍ରମରେ ଲିଓ ନୀହାର ରଞ୍ଜନ ଦାଶ ଓ ଶୁଭଦର୍ଶିନୀ ହୋତାଙ୍କୁ ମାଷ୍ଟର ଅଫ ଦି ସେରିମନି ଭାବରେ ଘୋଷଣା କରି ପୁରସ୍କୃତ କରିଥିଲେ । ତାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ଛାତ୍ରୀ ପ୍ରୀତିକ୍ରୀଷ୍ଣା ଠାକୁର ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ । ବାସ୍ତବରେ ଲିଓ କ୍ଲବର ଏଇ ପଦକ୍ଷେପ ସମସ୍ତଙ୍କ ପାଇଁ ଅନୁକରଣୀୟ ହୋଇ ରହିବ ଯାହା ଆଗାମୀ ଦିନରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ।

jittmm
Leave A Reply

Your email address will not be published.