
ସଇଁନ୍ତଲା, (କେପିଏନ୍ଏସ୍) : ସଇଁନ୍ତଲା ବନାଞ୍ଚଳ ପକ୍ଷରୁ ୬୮ତମ ବନ୍ୟପ୍ରାଣୀ ସପ୍ତାହ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ବନପାଳ ଆଶୁତୋଷ ମହାକୁର, ସୁଶୀଲ ପୁଟା, ବନରକ୍ଷୀ ସତ୍ୟାନନ୍ଦ ପଧାନ, ରମେଶ ଧରୁଆ, ମଧୁସ୍ମିତା ବେହେରା, ପ୍ରଜ୍ଞାପ୍ରିୟଦର୍ଶିନୀ ମହାରଣା, ଛନ୍ଦାଚରଣ ଜାନୀ, ସାମାଜିକ କର୍ମୀ ଚରଣପାଣି ବେଜ ଓ ଶ୍ରୀନିବାସ କ୍ଷେତୀ ପ୍ରମୁଖ ଉପସ୍ଥିତ ଥିଲେ । ଡିଇଓ ମିଳନ ଗହୀର ଧନ୍ୟବାଦ ଦେଇଥିଲେ ।