centurian jitm

ଝାରବନ୍ଧ ସ୍ନାତକ ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଦିବସ ପାଳିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଝାରବନ୍ଧ ଠାରେ ଜାତୀୟ ସେବା ଯୋଜନା ଦିବସ, ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରାଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ପତାକା ଉତ୍ତୋଳନ ଓ ଶପଥ ପାଠ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସୁଶ୍ରୀ ରୀତାଞ୍ଜଳି ଗୁରୁ ଜାତୀୟ ସେବା ଯୋଜନା ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଡ.ରଶ୍ମିରଞ୍ଜନ ମହାନ୍ତି, ସମ୍ମାନିତ ବକ୍ତା ଭାବରେ ଅଧ୍ୟାପକ ନବୀନ କୁମାର ମେହେର ଏବଂ ଗଗନ ବିହାରୀ ଡ଼ନସନା ଯୋଗ ଦେଇଥିଲେ । ଗବେଷକ ଭାବରେ ପୂର୍ବତନ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସାର୍ତ୍ତିକ ସାହୁ ଏବଂ ଅଧ୍ୟାପିକା ସୁଶ୍ରୀ ଯାଜ୍ଞସେନି ନାୟକ ଜାତୀୟ ସେବା ଯୋଜନା କ’ଣ, କାହାପାଇଁ, କାହିଁକି ଏବଂ ଉଦ୍ଦେଶ୍ୟ ଲକ୍ଷ୍ୟ ଉପରେ ପୁଙ୍ଖାନୁପଙ୍ଖ ଭାବରେ ଆଲୋଚନା କରିଥିଲେ ତଥା ଜାତୀୟ ସେବା ମାଧ୍ୟମରେ ସମାଜ ସେବା ସହିତ ନେତୃତ୍ୱ ଓ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ଉଦ୍‌ବୋଧନ ଦେଇଥିଲେ । ପୂର୍ବତନ ସ୍ଵେଚ୍ଛାସେବୀ ଅଲେଖ ସଗରୀୟା ନିଜର ଦିଲ୍ଲୀ ରାଜପଥ ପ୍ୟାରେଡ଼ର ଅନୁଭୂତି ପରିପ୍ରକାଶ କରିଥିଲେ । ପରିଶେଷରେ ଅଧ୍ୟାପକ ଡ଼ଲଫିନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟାପିକା ସୁଶ୍ରୀ ରଶ୍ମି ମହାଲିଙ୍ଗ, ସୁଶ୍ରୀ ମିନପ୍ରଭା ପ୍ରଧାନ, ଅଶୋକ କୁମାର ହାତୀ, ବଂଶୀଧର ସେଠୀ, ଅଞ୍ଜନ କୁମାର ବରିହା, ବଲ୍ଲଭ କୁମାର ମିର୍ଦ୍ଧା, ପ୍ରକାଶ ପ୍ରଧାନ, ରୁକ୍ମଣୀ ସାହୁ, ଦୁର୍ଯ୍ୟୋଧନ ପାଣ୍ଡେ ସମେତ ସମସ୍ତ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଏବଂ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.