ବୁଢୀ ବାହାଲରେ ପୋଷଣ ମାସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ବୁଢୀ ବାହାଲ ଗ୍ରାମରେ ଗୁରୁବାର ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ମାଧୁରୀ ହୋତାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସବୁଜ ପନିପରିବା ଏବଂ ସନ୍ତୁଳିତ ଖାଦ୍ୟଶସ୍ୟ ପ୍ରଦର୍ଶନ କରାଯାଇଥିଲା । ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ଦ୍ୱାରା ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ସାମାଜିକ ଅନୁଷ୍ଠାନ ଇଫିକୋର କର୍ମୀ ସାଙ୍ଗକୁ ସିଏଚ୍‌ସିର ଡାକ୍ତର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.