oom

ହାତୀବନ୍ଧା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

jsmm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅର୍ନ୍ତଗତ ହାତୀବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ସୋମବାର ଗୁରୁ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍‌ ପର୍ଶୁରାମ ମେହେର, ଅବସରପ୍ରାପ୍ତ ଶିକ୍ଷକ ଭରତ ଚନ୍ଦ୍ର କାଣ୍ଡ, ହନୁମାନ ବେହେରା, ସମିତି ସଭ୍ୟ ସଞ୍ଜୟ ସିଂହ ମାଝୀ, ସମାଜସେବୀ ଗରୁଡଧ୍ୱଜ ବେହେରା, ହରିହର ମେହେର, କମଳେଶ ଅଗ୍ରୱାଲ, ଡାକ୍ତର ଆଶୁତୋଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସମାଜରେ ସଂସ୍କାର ଆଣିବାରେ ଗୁରୁଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ଶିକ୍ଷକତାକୁ ବୄତ୍ତି ନଭାବି ଏହାକୁ ବ୍ରତ ଭାବରେ ଗ୍ରହଣ କରିବାକୁ ସଭାରେ ଅତିଥିମାନେ ମତ ପୋଷଣ କରିଥିଲେ । ଶିକ୍ଷକ କମଳ ପ୍ରସାଦ ମିଶ୍ର ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ସଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ସଫଳତାରେ ଶିକ୍ଷକ ସୁବାଷ ଚନ୍ଦ୍ର ମେହେର, ଚନ୍ଦ୍ରମଣୀ ମେହେର, ରୁପେଶ ମେହେର, ମନୋଜ କୁମାର ମାଝୀ, ଅନିଲ ମେହେର ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁପ୍ତେଶ୍ୱର ମେହେର, ଦୀଲ୍ଲିପ ବାରିକ, ରଘୁବୀର ମେହେର, ପ୍ରଦ୍ୟୁମ୍ନ ମେହେର, ପଦ୍ମଲୋଚନ ମେହେର, ଗୁପ୍ତେଶ୍ୱର ବାରିକ ପ୍ରମୁଖଙ୍କ ସହ ପୂର୍ବତନ ଛାତ୍ରଛାତ୍ରୀ ଏବଂ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ । ଶେଷରେ ଶିକ୍ଷୟିତ୍ରୀ ହିମାଦ୍ରୀ ମେହେର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.