ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ଡ଼. ବାଞ୍ଛାନିଧି ପଣ୍ଡା (ବିଦ୍ୱତ ପରିଷଦ ପ୍ରାନ୍ତ ସଭାପତି) ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ପୃଥିରାଜ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଆଶିର୍ବଚନ ପ୍ରଦାନ କରିଥିଲେ । ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପରେ ଅତିଥିମାନଙ୍କୁ ଗୁରୁ ପୂଜନ କରାଯାଇଥିଲା । ସୁରେନ୍ଦ୍ର ସାହୁ ଗୁରୁଜୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ମୁଦିରଥ ପଣ୍ଡା ଗୁରୁଜୀ ଧନ୍ୟବାଦ ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଜୀ ଗୁରୁମାଙ୍କୁ ପୂଜନ କରାଯାଇଥିଲା । ଠିକ୍ ସେହିପରି ବିଦ୍ୟା ମନ୍ଦିର ପରିସରେ ମୁଖ୍ୟ ଅତିଥି ଭାବରେ କେଶରଂଜନ ପ୍ରଧାନ(ବିଶିଷ୍ଟ ନାଟ୍ୟକାର) ଯୋଗ ଦେଇ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଜନକଲାଲ ମେହେର ଓ କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଆଶିର୍ବଚନ ପ୍ରଦାନ କରିଥିଲେ । ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପରେ ଅତିଥିମାନଙ୍କୁ ଗୁରୁ ପୂଜନ କରାଯାଇଥିଲା । ସ୍ୱାଗତିକା ଶତପଥୀ ଭଉଣୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଚୈତନ୍ୟ ଭୋଇ ଗୁରୁଜୀ ଧନ୍ୟବାଦ ଅର୍ପଣ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁଜୀ ଗୁରୁମାଙ୍କୁ ପୂଜନ କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
