oom

ରେଣ୍ଡୋ ମାଝୀଙ୍କ ୧୬୫ତମ ସହୀଦ ଦିବସ ପାଳିତ

jsmm

କଳାହାଣ୍ଡି, (ପି.କେ.ସାହୁ) : ରେଣ୍ଡୋ ମାଝୀଙ୍କ ଜନ୍ମ ସ୍ଥଳି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍‌ ଅଧୀନସ୍ଥ ଲୁବେନ୍‌ଗଡ଼ଠାରେ କୋଭିଡ଼୍‌ ନିୟମାନୁସାରେ ପାଳନ ହୋଇଯାଇଛି । ୧୮୫୫ ଡିସେମ୍ବର ୧୦ରେ ରସୁଲକୁଣ୍ଡା ଜେଲ୍‌ରେ ତାଙ୍କୁ ଫାଶୀଖୁଂଟରେ ଝୁଲେଇ ଦିଆଯାଇଥିଲା । ସିପାହୀ ବିଦ୍ରୋହ (୧୮୫୭) ପୂର୍ବରୁ ଦୁର୍ଗମ ଅଂଚଳ ଲୁବେନଗଡ଼, ଉର୍ଲାଦାନୀ, ମ.ରାମପୁର ଠାରୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଚଳାଇ ଜୀବନକୁ ଉତ୍ସର୍ଗ କରିଥିଲେ ରେଣ୍ଡୋ ମାଝୀ । ନିଜ ଅଂଚଳ ତଥା ନିଜ ଜନ୍ମମାଟି ପାଇଁ ଜୀବନ ଦେଇ ଥିବାରୁ ତାଙ୍କ ପଥ ଅନୁସରଣ କରିବାକୁ ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ଯୁବକ, ଛାତ୍ରଛାତ୍ରୀ ତଥା ଜନସାଧାରଣ ନିଜର ଭୂମି ପ୍ରତି ମମତା ଓ ଶ୍ରଦ୍ଧା ରଖି ଅଂଚଳର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବା ଉଚିତ ବୋଲି ମଧ୍ୟ କହିଥିଲେ । ପ୍ରକାଶ ଯୋଗ୍ୟ ଯେ, ନୂତନ ଭାବେ ଗଠିତ ଲୁବେନଗଡ଼ ପଂଚାୟତକୁ ଏ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଟିଏ ନାହିଁ । ଯେଉଁଠି ଏପରି ଜଣେ ବୀର ପୁରୁଷ ଜନ୍ମ ହୋଇଥିଲେ, ସେହି ମାଟି ପ୍ରତି ସରକାରଙ୍କ ଏହା ଅସମ୍ମାନ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ସରପଞ୍ଚ, ସମିତି ସଭ୍ୟ, ଧର୍ମେନ୍ଦ୍ର ନାଏକ, ଆଦିବାସୀ କଲ୍ୟାଣ ସଂଘ ସଭାପତି ପରମାନନ୍ଦ ମାଝି, ରାଜୁ ମାଝି, ଟିକେଚନ ମାଝି, ସୁଚେନ୍ଦ୍ର ଧରୁଆ, ପ୍ରକାଶ ମାଝି, ସୁକଦେବ ସାହୁ, ପ୍ରେମ ସାଗର ନାୟକ, ହେମନ୍ଦ ସାହୁ, ସିଲି ମାଝି ଆଦି ବହୁ ମାନ୍ୟଗଣ୍ୟ ବକ୍ତି ଏଠାରେ ଉପସ୍ଥିତ ରହିôଳେ । ଏହି ଅବସରରେ ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଅର୍ଥ ଦେଇ ସମ୍ମାନିତ କରାଯାଇଥିଲା । ଯୋଗେଶ୍ୱର ମାଝି ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସୁବାସ ମାଝି ।

jittmm
Leave A Reply

Your email address will not be published.