ସର୍ଗିବାହାଲ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସଂକୁଳ ଅନ୍ତର୍ଗତ ସର୍ଗିବାହାଲ ଶିଶୁ ମନ୍ଦିରରେ ମହାସମାରୋହରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଶିଶୁ ଭାଇ ଭଉଣୀମାନେ ନିଜକୁ ଯଶୋଦା, ରାଧା ଓ ଶ୍ରୀକୃଷ୍ଣ ବେଶରେ ସଜାଇ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ସ୍ନେହଳତା ସାହୁ ଯୋଗ ଦେଇ ଜନ୍ମାଷ୍ଟମୀର ବୈଶିଷ୍ଟ୍ୟ କହିଥିବା ବେଳେ ପରିଚାଳନା କମିଟିର ସଦସ୍ୟ ପ୍ରହଲ୍ଲାଦ ସାହୁ ଉଦ୍‌ବୋଧନ ଦେଇଥିଲେ । ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ଦେଇଥିବା ବେଳେ କିଶୋର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.