ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ଜନ୍ମାଷ୍ଟମୀ ପର୍ବ ଅବସରରେ ‘ଦହି ହାଣ୍ଡି’ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମାଷ୍ଟମୀ ‘କୃଷ୍ଣଙ୍କ ଜନ୍ମ’ ଯାହା କେବଳ ଜନ୍ମାଷ୍ଟମୀ ବା ଗୋକୁଲାଷ୍ଟମୀ ନାମରେ ମଧ୍ୟ ଜଣାଶୁଣା, ଏହା ହେଉଛି ବାର୍ଷିକ ହିନ୍ଦୁ ପର୍ବ ଯାହାକି ବିଷ୍ଣୁଙ୍କ ଅଷ୍ଟମ ଅବତାର କୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଇଥାଏ । ଆଜି ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱରେ କଲେଜ ପରିସର ମଧ୍ୟରେ ଜନ୍ମାଷ୍ଟମୀ ଅବସରରେ ‘ଦହି ହାଣ୍ଡି’ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ସଂଯୋଜକ ସରୋଜ କୁମାର ନାୟକ, କଲେଜ ପରାମର୍ଶଦାତା ମନରଞ୍ଜନ ସାହୁ, କଲେଜ ଅଧ୍ୟକ୍ଷ ଶ୍ରୀକାନ୍ତ ଶର୍ମା ଅତିଥି ଭାବରେ ଉପସ୍ଥିତ ଥିଲେ । ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ବିଭିନ୍ନ ଧର୍ମର ଛାତ୍ରଛାତ୍ରୀମାନେ ବିଭିନ୍ନତା ମଧ୍ୟରେ ଏକତା ଓ ପ୍ରେମ ପ୍ରକାଶିତ କରି ‘ଦହି ହାଣ୍ଡି’ ପର୍ବ ପାଳନ କରିଛନ୍ତି । କଲେଜର ଛାତ୍ର ସିଦିକ୍ ଖାନ୍ କୃଷ୍ଣ ଭୂମିକାରେ ଅଂଶଗ୍ରହଣ କରି ‘ଦହି ହାଣ୍ଡି’ ଫଟାଇ ଥିଲେ ।

Leave A Reply

Your email address will not be published.