ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ଦେଶ ପାଳନ କରୁଛି ସ୍ୱାଧୀନତାର ଆଜାଦୀ କା ଅମୃତ ମହୋତ୍ସବ, ସେହି ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବାନ୍ଧପଡାଠାରେ ମହାସମାରୋହରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ଓ ଦ୍ଵିତୀୟ ପର୍ଯ୍ୟାୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଶ୍ୟାମସୁନ୍ଦର ବଗର୍ତ୍ତୀଙ୍କ ସଭାପତିତ୍ୱରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ସ୍ୱାଧୀନତା ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ବୈଦ୍ୟଶି ରୋମଣୀ, ଝସକେତନ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଗୁରୁମାନଙ୍କୁ ଯଥା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ସାହୁ, ପୂର୍ବତନ ଗଣିତ ଶିକ୍ଷକ ବିପ୍ରଚାରଣ ସାହୁ, ପୂବର୍ତନ ବରିଷ୍ଠ ଶିକ୍ଷକ ଅନ୍ତର୍ଯ୍ୟାମୀ ମିଶ୍ର ତଥା ବର୍ତ୍ତମାନର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା, ସଂସ୍କୃତ ଶିକ୍ଷକ ସଂକୀର୍ତନ ତ୍ରିପାଠୀ, ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡାଙ୍କୁ ଫୁଲମାଳ ତଥା ଉପଢୌକନ ଦେଇ ପୂଜା କରିଥିଲେ ଓ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଛାତ୍ରଛାତ୍ରୀମାନଙ୍କ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧକ ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ଗୀତ ପ୍ରତିଯୋଗିତା ହୋଇଥିଲା, କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପ୍ରବନ୍ଧ ପ୍ରତିଯୋଗୀରେ ଚୁମକି ବସ୍ତିଆ, ପ୍ରିୟଙ୍କା ମେର୍ଲି, ନିପାଞ୍ଜଳି ମେର୍ଲି, ସାଧାରଣ ଜ୍ଞାନରେ ସତ୍ୟବ୍ରତ ପଧାନ, ଚୁମକି ବସ୍ତିଆ, ପ୍ରେମରାଜ ବସ୍ତିଆ ଓ ଗୀତରେ ରୋଷନାରାଣୀ ଗୁରୁ, ବେବି ଦୀପ, ସୁପ୍ରଭା ବଣ୍ଡକିଙ୍କୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ପୁରସ୍କୃତ କରାଯାଇଥିଲା ଓ ସାଇରଜ ମହାପାତ୍ରଙ୍କୁ ଏକ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସଂକୀର୍ତନ ତ୍ରିପାଠୀ ପରିଚାଳନା କରିଥିଲେ ଓ ଏହି ସମାବେଶରେ ପରିଚାଳନା ସମିତିର ବୃନବନ ନାଏକ, ମୋହନ ପଧାନ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଜିତ କୁମାର ଗୁରୁ, ଗାଜିନ୍ଦ୍ର ନାଏକ, ପବିତ୍ର ମୋହନ ପଧାନ, ହରିବୋଲ ପଧାନ ସହଯୋଗ କରିଥିଲେ । ସଭା ଶେଷରେ ଖେଳ ଶିକ୍ଷକ ପ୍ରବୀଣ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.