oom

ରେଙ୍ଗାଲଜୁରୀ ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୬ତମ ସ୍ଵାଧୀନତା ଦିବସ ପାଳିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ ପକ୍ଷରୁ ଆଜି ପବିତ୍ର ୭୬ତମ ସ୍ୱାଧୀନତା ଦିବସ ସ୍ଥାନୀୟ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୮.୩୦ମି ଘଟିକା ସମୟରେ ଆୟୋଜିତ ସ୍ଵାଧିନତା ଦିବସରେ ସ୍ଵେଚ୍ଛାସେବୀ ବିପିନ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଯୁବକ ସଂଘର ଯୁବକମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ସ୍ଵାଧିନତା ଦିବସ ପାଳନ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଜାତିର ପିତା ମାହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷ ପ୍ରଭୃତିଙ୍କ ସହ ଅନ୍ୟ ମହାପୁରୁଷମାନେ ଦେଶ ପାଇଁ ବଳିଦାନ ଦେଇ ଆମ ଦେଶକୁ ସ୍ଵାଧୀନ ରାଷ୍ଟ୍ରରେ ଭାରତକୁ ଏକତା ସୂତ୍ରରେ ବାନ୍ଧି ରହିଛି । ଭାରତ ଏଭଳି ଏକ ଦେଶ ଯେଉଁଠି ବିଭିନ୍ନତାର ଏକତା ରହିଛି । ଆମର ମହାମନିଷୀମାନେ ଭାରତକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆମେ ଗଣତନ୍ତ୍ର ରାଷ୍ଟ୍ରର ମୌଲିକ ଅଧିକାର ପାଇବା ସହ ଅବହେଳିତ ଗରିବ ନିଷ୍ପେସିତ ଲୋକଙ୍କ ସେବା କରିବା ଓ ନିଜକୁ ସମାଜସେବାରେ ନିୟୋଜିତ କରିବା ପାଇଁ କହିଥିଲେ । ଏକତା ଭାତୃଭାବ ରଖି ଗାଁ ଦେଶ ମାତୃକାର ସେବା କରି ପାରିଲେ ହେଁ ମହାପୁରୁଷମାନଙ୍କ ସ୍ୱପ୍ନକୁ ସାକାର କରିପାରିବା ବୋଲି ଅତିଥିମାନେ କହିଥିଲେ । ଏଥିରେ ଜୟତରୁଣ ଯୁବକ ସଂଘର ସଭାପତି ଘାସିରାମ ମଲ୍ଲିକ, ସଂପାଦକ ଜଗନ୍ନାଥ ବରିହା, ସଦସ୍ୟ ନିମାଇଁ ଚରଣ ଷାଣ୍ଢ, ଆନ୍ଦନ ପୁଟେଲ, ଅନିରୁଦ୍ଧ ବରିହା, ଶୁଶାନ୍ତ ରାଉତ, ଜନକ ବରିହା, ବିଶ୍ଵ ପୁଟେଲ, ବୈକୁଣ୍ଠ ସାହୁ, ଶୁକୃ ଷାଣ୍ଢ, ଅମିର ବରିହା, ନରୋତ୍ତମ ପୁଟେଲ, ନବଦୀପ ମଲ୍ଲିକ, ସୁରେଶ ଭାଣ୍ଡ, ନବୀନ ମଲ୍ଲିକ, ଅଚ୍ଚିତ ପୁଟେଲ, ନୀତିଶ ମଲ୍ଲିକ, ଶିବୁ ମଲ୍ଲିକ, କୁମର ଷାଣ୍ଢ, ଶୁଶାନ୍ତ ଛତର, କାର୍ତ୍ତିକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.