ଶାନ୍ତି ତପୋବନ ଆଶ୍ରମରେ ସ୍ୱାଧୀନତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚକରକେନ୍ଦ ଛକ ସ୍ଥିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ପରିସରରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବାନପ୍ରସ୍ଥର ଅନ୍ତେବାସିନୀ ଶ୍ରୀମତୀ ସୁମିତ୍ରା ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀ ଯୋଗ ଦେଇଥିବା ବେଳେ ସୁଶ୍ରୀ ଲବଙ୍ଗ ସାହୁ ପରିଚାଳନା କରିଥିଲେ । ଶ୍ରୀମତୀ ସନ୍ଦ୍ୟା ଭୁଏ, ରାସେଶ୍ୱରୀ ସାହୁ ଜାତୀୟ ସଂଗୀତ ଗାନ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଦେବଦତ୍ତ ତ୍ରିପାଠୀ ସ୍ୱାଧୀତା ଦିବସର ଅନୁଚିନ୍ତା ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.