କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଶଳ ସାହିତ୍ୟ ଏକାଡ଼େମୀ ତରଫରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଗଙ୍ଗାଧର ମେହେର ପାର୍କଠାରେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମଧୁମଙ୍ଗଳ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବକବି ହିରଣ୍ମୟ ପଟ୍ଟନାୟକ ମୁଖ୍ୟ ବକ୍ତା, ସଞ୍ଜୀବ ସେଠି ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ଗଙ୍ଗାଧର ସାହିତ୍ୟ ଉପରେ ବିଶଦ ଆଲୋଚନା କରିଥିଲେ । ରଙ୍ଗାଜୀବ ଗଙ୍ଗାଧର ଭାବେ କାଳଜୟୀ ତପସ୍ଵିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ ଭଳି କାବ୍ୟକବିତା ରଚନା ତାଙ୍କ ଜୀବନଧାରଣ ଲକ୍ଷ୍ୟ ନେଇ ଏକ ମହାର୍ଘ୍ୟ ତପସ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ । ଗଙ୍ଗାଧର ମେହେରଙ୍କ ସୃଷ୍ଟି ସର୍ଜନା ଯେଉଁ ପରିମାଣରେ ଓଡ଼ିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରି ପାରିଛି ସେହି ପରିମାଣରେ ଗଙ୍ଗାଧର ସାହିତ୍ୟ ବିଶ୍ୱ ଦରବାରରେ ଉପସ୍ଥାପିତ ହୋଇ ପାରି ନାହିଁ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । କବି ଶଙ୍କର୍ଷଣ ବାଘ, ପାରିଷଦ ଆକବର ଅଲ୍ଲୀ, ପ୍ରମୋଦ ପଣ୍ଡା ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ସଭା ଶେଷରେ ସୀମାଞ୍ଚଳ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.