ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ସାହି-ପୁରୁଣା ଡାଲ୍ଡା ମିଲ୍ ରୋଡ଼ ଠାରେ ଅବସ୍ଥିତ ମହାବୀର ହନୁମାନ ବିଗ୍ରହ ଚୌକ ପରିସରରେ ଲାଲାଜୀ ପ୍ରଭୁଶ୍ରୀ ରାମଜୀଙ୍କ ଜନ୍ମୋତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପୁରାଣପାଠ ଉପରେ ଆଲୋଚନା, ବନ୍ଦନା ଗାନ ସାଂଗକୁ ୧୦୮ ହନୁମାନ ଚାଳିଶା, ଭଜନ, କୀର୍ତ୍ତନ, ଘୃତଯଜ୍ଞ, ଅନ୍ନ-ଯଜ୍ଞ, ସନ୍ଧ୍ୟାରେ ମହାଆରତୀ ବନ୍ଦାପନା ଆଦି ନୀତି ସହ ସମାହିତ ହୋଇଯାଇଛି । ରିକାପଲ୍ଲୀ ହନୁମାନ ମନ୍ଦିର କମିଟି ତରଫରୁ ସମାଜସେବୀ ବି. ଗୋପାଳ ସ୍ୱାମୀ, ଭି. ମାଙ୍ଗେଳେଶ୍ୱର ରାଓ, ସନ୍ତୋଷୀ ରାଉଳଙ୍କ ସମ୍ପାଦନାରେ ସମାହିତ ହୋଇଯାଇଛି । ଶହଶ୍ରାଧିକ ଭକ୍ତଜନ ମହାପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବିଭୂକୃପା ଲାଭ କରିବା ସାଂଗକୁ ଅନ୍ନପ୍ରସାଦ ସେବନ କରି ଆତ୍ମ ବିଭୋର ହୋଇଉଠିଛନ୍ତି । ସନ୍ଧ୍ୟାବେଳେ ଏହି ସାହି ମଧ୍ୟକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବାହାରିଥିବା ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାକୁ ରିକାପଲ୍ଲୀ ହନୁମାନ ମନ୍ଦିର କମିଟି ତରଫରୁ ସ୍ୱାଗତ ବନ୍ଦାପନା କରାଯାଇ ଶୋଭାଯାତ୍ରାରେ ଆସିଥିବା ରାମଭକ୍ତ ପ୍ରେମୀଙ୍କୁ ସାଧୁବାଦ ଜଣାଇ ସମ୍ବର୍ଦ୍ଧିତ କରିଥିଲେ ।