ବ୍ରହ୍ମକୁମାରୀ ସଂସ୍ଥାନର ଦାଦି ଜାନକୀଙ୍କ ଷଷ୍ଠତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଠାରେ ଦାଦି ଜାନକୀଙ୍କ ଷଷ୍ଠତମ ସ୍ମୃତି ବାର୍ଷିକୀ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀଙ୍କ ଜନ୍ମ ତା – ୧-ଜାନୁଆରୀ- ୧୯୧୬ରେ ସିନ୍ଧୁ ନଦୀର ଅବବାହିକା ଅଞ୍ଚଳ ତଥା ସିନ୍ଧୁ ପ୍ରଦେଶର ହାଇଦ୍ରାବାଦ ସହରରେ ଦାଦିଜୀଙ୍କ ଜନ୍ମ ହୋଇଥିବା ବେଳେ ଭାରତ ବର୍ଷର ରାଜସ୍ଥାନର ମାଉଣ୍ଟ-ଆବୁ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କେନ୍ଦ୍ରର ସଂସ୍ଥାନରେ ଧର୍ମୀୟ ଭାବନାରେ ଜାଗ୍ରତ ହୋଇ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେଠାରେ ଜୀବନ ଅତିବାହିତ କରିଥିଲେ । ସନ୍ ୨୭-୩-୨୦୨୦ ମସିହାରେ ବ୍ରହ୍ମକୁମାରୀ ସଂସ୍ଥାନ ମୁଖ୍ୟାଳୟରେ ତାଙ୍କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦାଦିଜୀ ବ୍ରହ୍ମକୁମାରୀ ସଂସ୍ଥାନର ଜଣେ ତୃତୀୟ ମୁଖ୍ୟ ପ୍ରଶାସିକା ଭାବେ ଦାୟିତ୍ୱ ନିର୍ବାହ କରିଆସିଥିଲେ । ଦାଦିଜୀ ପୃଥିବୀରେ ଶାନ୍ତି ଓ ଭାତୃତ୍ୱ ଭାବନାର ବିରାଜମାନ ଲାଗି ଅହରହ ସଂଗ୍ରାମ ଜାରୀ ରଖିଥିଲେ । ଦାଦିଜୀ ସତ୍ୟତା, ସ୍ୱଚ୍ଛତା, ସରଳତା ଓ ଧୌର୍ଯ୍ୟ, ସଂଯମତା ଭଳି ଅନେକ ଦିବ୍ୟଗୁଣର ପ୍ରତିମୂର୍ତ୍ତି ପ୍ରତୀକ ଭାବେ ଜନମାନସରେ ପରିଚିତଥିଲେ । ଜାନକୀ ବୈଦେଶିକ ସଂସ୍ଥା ତରଫରୁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ଥିରମତି ନାରୀ ଭାବରେ ମାନ୍ୟତା ପ୍ରାପ୍ତ ହୋଇଥିଲେ । ଦାଦି ନିଜର ଜୀବନକୁ ବିଶ୍ୱ କଲ୍ୟାଣାର୍ଥେ ସମର୍ପିତ କରି ସାରା ବିଶ୍ଵକୁ ଶାନ୍ତିର ବାର୍ତ୍ତାବହନ କରିଆସିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବୀ ସି.ଏଚ. ଦୟାନନ୍ଦ ରେଡ୍ଡୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦାଦିଜୀଙ୍କ ସ୍ମୃତିଚାରଣ କରିଥିଲେ । ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଏହି କାର୍ଯ୍ୟକ୍ରମର ପୌରହିତ୍ୟ କରିଥିବା ବେଳେ ଅନ୍ୟ ଭାଇ ଭଉଣୀମାନେ ସକ୍ରୀୟ ସହଯୋଗ କରିଥିଲେ । ଶାଖା ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ବିଜୟଲକ୍ଷ୍ମୀ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ ଅନ୍ୟ ଭାଇ ଭଉଣୀମାନେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.