ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ ଭ୍ୟାଲି ଜୁନିଅର ୱିଂସ ଠାରେ ଚଳିତ ବର୍ଷ ୟୁକେଜି ଶ୍ରେଣୀରୁ କ୍ଲାସ ୱାନକୁ ଉର୍ଣ୍ଣୀତ ହୋଇଥିବା ସମସ୍ତ ୟୁକେଜି ଛାତ୍ରଛାତ୍ରୀଙ୍କ ଗ୍ରେଜୁଏସନ ଡେ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓମ ଭ୍ୟାଲି ସ୍କୁଲର ଚିଫ କୋର୍ଡିନେଟର ରବୀନ ଚନ୍ଦ୍ର ପରମାଣିକ, ଜୁନିଅର ୱିଂସର କୋର୍ଡିନେଟର ଶ୍ରୀମତୀ ନିଶି ବେରି, ସ୍କୁଲ ଶିକ୍ଷୟିତ୍ରୀ ଶ୍ରୀମତୀ ରିତା ପରମାଣିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ତାଙ୍କୁ କନଭୋକେସନ୍ ସାର୍ଟିଫିକେଟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ୟୁକେଜି ଛାତ୍ରଛାତ୍ରୀ ମାନେ ତାଙ୍କର ଅନୁଭୂତି ବିଷୟରେ ଅତି ସୁନ୍ଦର ଇଂରାଜୀରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଯାହାକି ସମସ୍ତ ଅଭିଭାବକ ତଥା ଅତିଥିମାନଙ୍କ ମନ ମୋହି ନେଇଥିଲା । ଛାତ୍ରଛାତ୍ରୀଙ୍କ ବକ୍ତବ୍ୟରୁ ହିଁ ଏଠାରେ ଦିଆଯାଉଥିବା ଶିକ୍ଷାର ମାନ ଜଣାପଡୁଥିଲା । ଏହାପରେ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନରେ ପଢୁଥିବା ବିଦ୍ୟାର୍ଥୀଙ୍କ ଦ୍ଵାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା ।
Prev Post