ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଏବଂ ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ବରଟୋଲି ଏବଂ ୱାଇ.ଏମ୍‌.ଏଫ୍‌.ଆଇ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଆଜି ବାରଟୋଲୀ ସ୍କୁଲ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଏନଆଇଟି ରାଉରକେଲାର ଡେପୁଟି ରେଜିଷ୍ଟାର ଡ. ସ୍ଵାଗତିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଚେୟାରପର୍ସନ ଡ. ମିନାକ୍ଷୀ ଷଡ଼ଙ୍ଗୀ ଓ ନିହାରବାଲା ପବ୍ଲିକ ସ୍କୁଲର ସେକ୍ରେଟାରୀ ନିବେଦିତା ମିଶ୍ର ମଂଚାସୀନ ଥିଲେ । ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥି ଏହି ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ଅତିଥିମାନେ ମହିଳା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋଚନା କରି ସମାଜ ବିକାଶରେ ନାରୀଙ୍କୁ ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ । ଆମେ ଆମର ସମୟ, ପ୍ରତିଭା ଓ ସମ୍ବଳ ଦେଇ ସମାଜରେ ପରିବର୍ତନ ଆଣିବାକୁ ଆହ୍ୱାନ କରିଥିଲେ । ସ୍କୁଲର ପ୍ରିନସିପାଲ ଜଳଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବେ ରାଉରକେଲା ଚେମ୍ବର ଅଫ କମର୍ସର ପୂର୍ବତନ ସଭାପତି ସୁନୀଲ କାଏଲ, ସମାଜସେବୀ କମଲ ଅଗ୍ରୱାଲ, ଅନିତା ଅଗ୍ରୱାଲ, ମଞ୍ଜୁରାଣୀ ମେହେର, ୱାଇଏମ୍‌ଏଫ୍‌ଆଇର ସଭାପତି ଇଂ ଗୋପୀନାଥ ପଟ୍ଟନାୟକ, ଉପଦେଷ୍ଟା ଇଂ ନଳିନୀ କାନ୍ତ ଧର, ସମାଜସେବୀ ଚନ୍ଦ୍ରଶେଖର ଶତପଥି, ସ୍କୁଲ ଭାଇସ ପ୍ରିନସିପାଲ ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ମଂଚାସୀନ ଅତିଥିବୃନ୍ଦ, ସାମ୍ବାଦିକା ପ୍ରୀତି ପ୍ରିୟା ଦାସଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମହିଳା ବ୍ୟକ୍ତିତ୍ୱଙ୍କୁ ‘ପ୍ରେରଣା ପ୍ରତିଭା’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସରିତା ନାୟକ ସଂଯୋଜନା କରିଥିଲେ । ଏହି ଅବସରରେ ବିଭିନ୍ନ ନୃତ୍ୟ ସଂଗୀତ ଓ ଯୋଗ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବହୁ ମହିଳା ଓ ସ୍କୁଲର ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.