ମାୟାବର୍ହା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ ପାଳିତ : ଡ. ଦୈତ୍ୟ ନାରାୟଣ ପାଢୀଙ୍କ ଯୋଗଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ଜାତୀୟ କୃମି ନାଶକ ଦିବସ ପାଳନ ଅବସରରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ କୃମିନାଶକ ଦିବସ ବିଷୟରେ ଧାରଣା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ସୋନପୁର ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୈତ୍ୟନାରୟଣ ପାଢ଼ୀ ଯୋଗଦାନ କରି କୃମିମୁକ୍ତ ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଟୀକା କରଣ କାର୍ଯ୍ୟକର୍ତ୍ତା ସନ୍ତୋଷ ସାହୁ ଏହି ଅବସରରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କୃମି ନାଶକ ବଟିକା ଖାଇବାର ବିଧି, ଆବଶ୍ୟକତା ଓ ଉପକାରିତା ବିଷୟରେ ବୁଝାଇଥିଲେ । ଏହି ଅବସରରେ ଅତିଥି ଶିକ୍ଷକ ମନୋଜ କୁମାର ପୂଝାରୀ, ସମ୍ପଦ ଖମାରୀ, ରାଜୁ ମେହେର ଓ ଚିନ୍ମୟ କୁମାର ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଜୀବ ପୂଜାରୀ, ମୀନକେତନ ଦାସ, ବିଭୀଷଣ ଖମାରୀ, କିରଣ କୁମାର ପଟେଲ, ସମୀର କଠାର ପ୍ରଭୃତି ସହଯୋଗ କରିଥିଲେ ।

Leave A Reply

Your email address will not be published.